ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କମିଟି ମାନଙ୍କୁ ନେଇ ପାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର

 ନବରଙ୍ଗପୁର —(ମନିସ) ନବରଙ୍ଗପୁର ଜିଲ୍ଲା ର ପାପଡାହାଣ୍ଡି ବ୍ଲକ ର ମଙ୍କିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ କମିଟି ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇ ଯାଇଛି। ଜିଲ୍ଲାପାଳ ଡଃ ମିଶ୍ର ଉପସ୍ଥିତ ଥିବା ସଭାର ସମସ୍ତ ସଭ୍ଯ ମାନଙ୍କୁ ସ୍ଵାଗତ ଜଣାଇବା ସହିତ ପାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ କିପରି ସୁରକ୍ଷିତ ରଖିବେ ବୁଝାଇଥିଲେ। ତାହା ସହିତ ନିଜ ଅସମୟରେ ମାଆ ଆମକୁ ଯେମିତି ସାହାର୍ଯ୍ୟ କରନ୍ତି,ସେହିପରି ପାକୃତିକ ବିପର୍ଯ୍ୟୟ ସମୟରେ ବହୁମୂଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଆମକୁ ମାଆ ଭଲି ଆଶ୍ରୟଦିଏ। ତେଣୁ ଆଶ୍ରୟସ୍ଥଳୀ ର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ଉପସ୍ଥିତ ଥିବା ସମସ୍ତ ସଭ୍ଯ ଙ୍କୁ ବୁଝାଇଥିଲେ।ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ନେଇଥିବା ଜିଲ୍ଲାର NGO ମାନେ ଏବଂ ସୁଦୂର ଗଂଜାମ ଜିଲ୍ଲାରୁ ଆସିଥିବା ଦୁଇ ଜଣ ପ୍ରଶିକ୍ଷକ ତ୍ରିଲୋଚନ ପ୍ରଧାନ ଏବଂ ଅଶୋକ ରାଉଳ ଏହି କାର୍ଯ୍ୟକ୍ରମରେ ଅନ୍ୟମାନ ଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାପଡାହାଣ୍ଡି ରଞ୍ଜିତା ମଲ୍ଲିକ, ପାପଡାହାଣ୍ଡି ବ୍ଲକ ଅଧ୍ୟକ୍ଷା ହେମ ଲତା ମାଝୀ, ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା,ଜିଲ୍ଲା ଜରୁରୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ବରିଷ୍ଠ ରାଜସ୍ଵ ସହାୟକ ତ୍ରିପତି ବାଲାଜୀ ସାହୁ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏସ୍ ଗୀତା, ମକିଆ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ର ସଭାପତି ତଥା ସରପଞ୍ଚ ଜଗଜୀବନ ନାୟକ, ସମ୍ପାଦକ ଯୁଗଳ ବିଶୋଇ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଚିଦା ନନ୍ଦ ତ୍ରିପାଠୀ, ସାହାରା ଉମରକୋଟ ର ଅଶୋକ କୁମାର ପ୍ରଧାନ, ଇସାରା ଚନ୍ଦାହାଣ୍ଡି ରମେଶ ଚନ୍ଦ୍ର ପଣ୍ଡା, ପି ଏଚ୍ ଆର୍ ଏସ୍ ନବରଙ୍ଗପୁର ସୂର୍ଯ୍ୟ କାନ୍ତ ନାୟକ,ରାଜସ୍ୱ ନିରୀକ୍ଷକ ଦହଣା ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ପୋଖରୀରେ ବୁଡ଼ି ଜେଜେ ବାପା ଓ ନାତି ମୃତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ୨କଳା ପରୀକ୍ଷାରେ ଦୀପଶିଖା ସାହୁ ଟପ୍ପର

Sunil Chandra Nayak

ଓ୍ଵାଲଟିୟର ଡିଭିଜନାଲ ରେଲଓ୍ବେ ଡିଆରଏମ୍ ଙ୍କ ରାୟଗଡା ଗସ୍ତ

Sunil Chandra Nayak

Leave a Comment

error: Content is protected !!