ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସକାଳ ଜଣାଣ

ସକାଳ ଜଣାଣ

ମାନଗୋବିନ୍ଦ ସ୍ବାଇଁ

କି ସୁନ୍ଦର ଦିଶ ପ୍ରଭୁ ରଥେ ବସି
       ଭକ୍ତ କୁ ଦିଅ ଦର୍ଶନ
କାହାକୁ ପାଖରୁ କାହାକୁ ଦୂରରୁ
      ବୁଝି ପାର ଭକ୍ତ ମନ।
ଚନ୍ଦନ ଲଗାଇ ତୁଳସୀ ଜଳରୁ
    ଦୃଶ୍ୟ ହେଉଛି ଈଶ୍ୱର
ବଡ଼ଦାଣ୍ଡ ଧୂଳି ମୁଣ୍ଡ ପରେ ବୋଳି
    କହୁ ମୁ ଭକ୍ତ ତୁମର।
ଧରିଲେ ଦଉଡି ପାପ‌ ଯାଏ ଛାଡି
        ପବିତ୍ର ହୁଏ ଜୀବନ
ପୁଣ୍ୟ କାମ କଲେ ଦାନ ଧର୍ମ ଦେଲେ
     ପୁଣ୍ୟ ଫଳ ଭଗବାନ।
ମନର ପବିତ୍ର ଭଜନ ଜଣାଣ
    ଦୃଶ୍ୟର ଆନନ୍ଦ ଛବି
ମନ ମନ୍ତ୍ର ପାଠ ହୃଦୟ ଚିନ୍ତନ
    ତୃପ୍ତି ଲାଗେ ରୂପ ଛବି।
ହୁଳହୁଳି ଶବ୍ଦ ହରିବୋଲ ଧ୍ବନି
    ମଙ୍ଗଳ ଡାହୁକ ଡାକ
ଘଣ୍ଟ କର ତାଳ ବାଜା ଆଦି ବାଦ୍ୟ
      ଯାତ୍ରା କୁ କରି ଆଲୋକ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ରଥ ଅନୁକୂଳ

ବେଙ୍ଗାଲୁର ରୁ ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା – ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!