ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାକାର ଶୋଭାଯାତ୍ରା ଓ ରାଜ୍ୟସ୍ତରୀୟ ଦଣ୍ଡନାଚ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକରେ ବାଲେଶ୍ବର

ବାଲେଶ୍ବର,୧୨/୬/୨୨– କଳା ଓ କଳାକାର ହିତୈଷୀ ମହାମଞ୍ଚ ” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ଜୁଲାଇ ୩ ତାରିଖ ଦିନ ସଂଘ ପ୍ରତିଷ୍ଠା ଦିବସ ପାଳନ ଅବସରରେ କଳାକାର ଶୋଭାଯାତ୍ରା ଓ ରାଜ୍ୟସ୍ତରୀୟ ଦଣ୍ଡନାଚ ସମାବେଶ ଆୟୋଜନ ନିମନ୍ତେ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ପାଠାଗାର ପରିସରରେ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବଶ୍ରୀ ଦୀନବନ୍ଧୁ ସାହୁ, ପ୍ରଫୁଲ୍ଲ ବେହେରା, ପାଣ୍ଡବ ପ୍ରଧାନ, ମାନସ ଚନ୍ଦ୍ର ବରାଡ, ବାବୁ ନାୟକ, ବାଳକୃଷ୍ଣ ସେଠୀ, ବି.ଭେଙ୍କଟ ରାବଣା, ସୁଦାମ ପଟ୍ଟନାୟକ, ମୃତ୍ୟୁଞ୍ଜୟ ତ୍ରିପାଠୀ, ସତ୍ୟ ମହାରଣା, କୈଳାସ ପାଣିଗ୍ରାହୀ, ଈଶ୍ୱର ଚନ୍ଦ୍ର ଗୌଡ, ରମେଶ ଚନ୍ଦ୍ର ଗୌଡ, କିଶୋର କପୂର୍, ବଳଦେବ ସାହୁ, ନୀଳମାଧବ ଜେନା, ପ୍ରଦୀପ କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ ମାମା, ବନ୍ଦନା ମହାପାତ୍ର, କିରଣ ବାଳା ମିଶ୍ର, ଅନୁରାଧା ସାହୁ, ଗୀତା ସ୍ୱାଇଁ, ବନ୍ଦନା ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଳାକାର ଶୋଭାଯାତ୍ରା ଓ ରାଜ୍ୟସ୍ତରୀୟ ଦଣ୍ଡନାଟ ସମାବେଶର ସଫଳତା ନିମନ୍ତେ ସଂଘର ବ୍ଲକ ସଂଯୋଜକ ମାନଙ୍କୁ ଦାୟିତ୍ଵ ଦିଆଯିବା ସହ କାର୍ଯ୍ୟକ୍ରମର ସୁଚାରୁ ସମ୍ପାଦନ ନିମନ୍ତେ ସବ୍ କମିଟି ଗଠନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସଂଘ ପକ୍ଷରୁ ଜୁନ ୧୪ ତାରିଖ ଦିବା ଦଶ ଘଟିକା ସମୟେ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ଠାରେ ରାଜ୍ୟ ଲୋକକଳା ଦିବସ ପାଳନ ସମ୍ପର୍କିତ ସୂଚନା ଦେବା ସହ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘ ଉପ-ସଭାପତି ତଥା ବାଲେଶ୍ବର ଜିଲ୍ଲା ସାମ୍ବାଦିକ, କବି ଓ ସାହିତ୍ୟ କବିକମଳ ନରେନ୍ଦ୍ରପ୍ରସାଦ ବେହେରା ଉକ୍ତ ବୈଠକରେ ଅଂଶ ଗ୍ରହଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଶରତ ବର୍ଣ୍ଣାଳୀ – ମାଆ ପାଦେ ଅଳି 

Sunil Chandra Nayak

ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!