ସଟା କଳାବଜାରୀ ମାଲାମାଲ ,ଜନତା ବେହାଲ
ସାଧାରଣ ଜନତା ପ୍ରଲୋଭନର ଶିକାର ହୋଇ ଖେଳି ଚାଲିଛନ୍ତି ସଟା ଖେଳ । ଏକ ଟଙ୍କା ବିନିମୟରେ ମିଳିବ ୮୦/୯୦ ଟଙ୍କା l ଲୋକେ ପାଗଳ ପ୍ରାୟ ହୋଇ ଲୋଭରେ ହଜାର ହଜାର ଟଙ୍କା ସଟାଖେଳ ରେ ମତୁଆଲା ଭାବେ ଖେଳି ଚାଲିଛନ୍ତି l କେବେ କସ୍ପିନ ଥରୁଟିଏ ସଟ୍ ବାଜିଗଲେ ଖେଳ ପ୍ରତି ଲୋଭ ବଢ଼ିଯାଏ । ଅଭାବ ଅସୁବିଧାରେ କାଳଜ୍ୟାପନ କରୁଥିବା ଗରିବ ଖଟିଖିଆର ମନରେ ମୋଟା ଅର୍ଥ ପାଇବାର ନିଶା ଏହି ଖେଳର ଚକ୍ରବ୍ୟୁହ ମଧ୍ୟରେ ଫସିଯାଏ ଯେ ସେ ଆଉ ନଖେଳି ରହିପାରେନାହିଁ । ଏକଥା ନିଜେ ଖେଳୁଥିବା କିଛି ସଟା ଖେଳାଳି ପ୍ରକାଶ କରିଛନ୍ତି । ସେମାନଙ୍କର କହିବା ଅନୁଯାୟୀ ସେମାନେ ଏହି ଖେଳ ଖେଳି ଖେଳି ଯେଉଁ ଅର୍ଥରାଶି ବୁଡାଇ ଚାଲନ୍ତି ତାକୁ ମେକପ୍ କରିବା ଆଶାରେ ଅଧିକ ଅଧିକ ଖେଳି ଚାଲନ୍ତି । ଅନେକ ଦିନ ମୁଲିଆ ନିଜ କଷ୍ଟ ଉପାର୍ଜିତ ଧନକୁ ଏହି ଖେଳରେ ବୁଡାଇ ସର୍ବସ୍ୱାନ୍ତ ହେଉଛନ୍ତି । ପ୍ରତ୍ୟେକ ଦିନ ଏହି କାରଣ ହେତୁ ଘରେ କଳିକଳହ ହେଉଥିବା ଦେଖିବାକୁ ମିଳୁଛି । ସବୁଠାରୁ ବଡ ବିଡମ୍ବନା ଗୃହିଣୀମାନେ ତଥା ଛୋଟ ପିଲାମାନେ ମଧ୍ୟ ଏବେ ଏହାର ଜାଲରେ ପଡିଯାଇଛନ୍ତି । ଏହି ମହାଦୃମ ସଟା ରୂପକ ବୃକ୍ଷର ଚେର ପ୍ରାୟତଃ ସମଗ୍ର ଓଡ଼ିଶା ରାଜ୍ୟ ରେ ମାଡି ଚାଲିଥିବା ବେଳେ ଆମ ଜିଲ୍ଲାରେ ଏହାର ପାଦୁର୍ଭାବ ଟିକେ ଅଧିକ ପ୍ରତ୍ୟୟ ହୁଏ । ଜୟପାଟଣାର ଗାଁ ଠୁ ସହର ଯାଏଁ ଏହାର ଚେର ଲମ୍ବି ଚାଲିଛି । ପୋଲିସ ପ୍ରଶାସନ ଏହାର ନିୟନ୍ତ୍ରଣ ପାଇଁ ନିରବଦ୍ରଷ୍ଟା ସାଜିବା କଷ୍ଟଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବିଭିନ୍ନ ସରକାରୀ ଦପ୍ତର ରେ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଲୋଭରେ ପଡ଼ି ସଟାଖେଳ ରେ ମନୋନିବେଶ କରିଚାଲିଛନ୍ତି l ଏହି ମହାଦୃମ ବୃକ୍ଷ ର ଚେର କେଉଁଠି ଅଛି ତାହା ତଦନ୍ତ ସାପେକ୍ଷ । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଖେଳକୁ ମୂଳପୋଛ କରାଗଲେ ଜନତାଙ୍କର ମଙ୍ଗଳ ହେବ ।