Uncategorizedସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ତୁମ ମନକଥା by Sunil Chandra NayakJuly 18, 2022070 Share0 ତୁମ ମନକଥା ବୟସ ନୁହଁଇ ଷୋଳକି ସତର ଛାତି ଚିରି ଦେବ ସତେ ରୂପ ରଙ୍ଗ ତୁମ ବଦଳି ଗଲାଣି ଫୁଲେଈ ହେଉଛ କେତେ ବୟସ ନୁହଁଇ……………୧ ମନ କଥା ତୁମ ମନରେ ରହିଲା ନିରବ ରହିଲ କାହିଁ ନିରବ ମନଟା କହୁ ଥିଲା ସତେ ନହୁଏ ପସନ୍ଦ କେହି ସମୟର ସାଥେ ଚାଲି ନ ପାରିଲେ ପଛରେ ରହିବ କେତେ ବୟସ ନୁହଁଇ……………୨ ତୁମ ନିରବତା କହୁଥିଲା ମୋତେ ଦୋଷ ତ ତୁମର ନୁହଁ ତୁମ ଦେହ ରଙ୍ଗ ମୋ ଦେହ ରଙ୍ଗ ମିଶିଲାନି କାହିଁ କୁହ ଜୀବନ କେବେ ଦେଖା ହେବ ଯଦି କଥା ହେବ ମୋର ସାଥେ ବୟସ ନୁହଁ ଇ ସୋଳକି ସତର ଛାତି ଚିରି ଦେବ ସତେ……….୩ ସତ୍ୟରଞ୍ଜନ ସ୍ୱାଇଁ ଅବଦଲପୁର, ଯାଜପୁର