ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ଇଛାଥିଲା ମୋର ଭଲ ମଣିଷଟେ ହବାକୁ

ଇଛାଥିଲା ମୋର ଭଲ ମଣିଷଟେ ହବାକୁ

ଇଛାଥିଲା ମୋର ଭଲ ମଣିଷଟେ ହବାକୁ
          ହେଇମୁଁ ପାରିଲି ନାହିଁ
ବୋଉକହୁଥିଲା ଛୋଟବେଳେ କାଳେ
         ଭଲ ପିଲା ଥିଲି ମୁହିଁ
ପଞ୍ଚଶ୍ରେଣୀରେ ବୃତିପାଇଥିଲି
       ଶ୍ରେଣୀରେ ପ୍ରଥମହୋଇ
ମାଇନରବେଳେ ପଡିସାଙ୍ଗମେଳେ
         ଆଉ ପାଠ ହେଲାନାହିଁ
ବାପାଗାଳିଖାଇ ପଳେଇଲିଲୁଚି
         ଘରଗଲା ଭୂଲାହୋଇ
ଖୋଜିଖୋଜି ସବୁ ନୟାନ୍ତ ହୋଇଲେ
       ସାଙ୍ଗ ଘରେ ଥିଲି ରହି
ବାପା ଦାଦା ଯାଇ ଆଣିଲେଘରକୁ
        କଥା ହେଲେ ନାହିଁ କେହି
ଘରେଖାଇଦେଇ ପଦାରେ ବୁଲେମୁଁ
        ଅବଶୋଷ କରେନାହିଁ
ଗାଁମୁଣ୍ଡ ଛକ ଦୋକାନରେ ଆମ
      ନିଶାଦ୍ରବ୍ୟ ଟିକେ ମିଳେ
ଭାରି ମଜାଲାଗେ ଖାଇଦେଲେଟିକେ
            ଗୁଲିଖଟି ଟିକେ ଚାଲେ
ବାପାଙ୍କ ପକେଟ୍ ପଇଶା ଚୋରିରେ
       ଚଳୁଥିଲା କିଛିଦିନ
ଜାଣିଗଲା ବୋଉ ସବୁକାଢିନେଲା
       ପକେଟ୍ ଟା କରି ଶୁନ୍ୟ
କିପରି ପାଇବି ପଇଶା ଭାବିଲି
        ନିଯେ କିଛିଗୋଟେ କରିବି
ଛାର ଏଇଟିକେ ଖର୍ଚଲାଗି 
          ପରକୁ ନିର୍ଭର କରିବି
ମିଛକଥା କହି ଅଜାଆଈଠାରୁ
      ହଜାରେ ଟଙ୍କାଯେ ଆଣିଲି
ସେଇ ପଇଶାରେ ଗଞ୍ଜେଇକିଣିକି
        ନିତି ସଞ୍ଜବେଳେ ବିକିଲି
ଭଲ ଚାଲୁଥିଲା ବେପରଟା ମୋର
         ପୁଲିସି ପାଇଲା ଖବର
ସାଧା ପୋଷାକରେ ଆସି ବାନ୍ଧିନେଲା
         ଇଜତ ସାରିଲା ମୋର
ପୋଲିସିର ରାଗ ପୁରୁଷ ଜାତିରେ
       ଆମକୁ ଛାଡେନି ଯମା
ନାରୀ ଜାତି ପ୍ରତି ଦେଖାଏ ଦରଦ
        ଦେଉଥାଏ ତାଙ୍କୁ କ୍ଷମା
ମଣିଷ ମାରିଲେ ଯଦି ନାରୀ କେହି
         ପ୍ରମାଣ ପାଏନା କେବେ
ଆମେଯଦି ଟିକେ ଭୂଉଲୁ କରିଲୁ
     ହାଜାତେ ପୁରେଇ ଖୋବେ
ଆଜିମୁଁ କରୁଛି ଅନୁତାପ ବସି
         କାହିଁକି ହେଲି ପୁରୁଷ
ନାରୀ ହେଇଥିଲେ ଯେତେଦୋଷକଲେ
     ନ୍ୟାୟ ମିଳନ୍ତା ଅବଶ୍ୟ

ନିରୁପମା ପାଣି

ଚାନ୍ଦବାଲି

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ 

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶେଷ ଚିଠି

Sunil Chandra Nayak

Leave a Comment

error: Content is protected !!