ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପରିସମାପ୍ତି

ବୌଦ୍ଧ – 31/10 – ନେହେରୁ ଯୁବ କେନ୍ଦ୍ର ବୌଦ୍ଧbତରଫରୁ ଆଇ ଟି ଆଇ ଶିକ୍ଷାନୁଷ୍ଠାନରେ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ର ପରିସମାପ୍ତି ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ମନୋଜ ଭୋକ୍ତା,ପ୍ରବୀଣା କର୍ଣ୍ଣ ଓ ସୁପ୍ରିୟା ଦେହୁରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଜିଲ୍ଲା ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ରର ସ୍ଵେଚ୍ଛାସେବୀ ବୁଦ୍ଧଦେବ ପ୍ରଧାନ, ପ୍ରତାପ ମେହେର ଓ ଶିଳ୍ପାରାଣୀ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ କ୍ଲବ ର ସ୍ଵେଚ୍ଛାସେବୀ ଏବଂ ଅନୁଷ୍ଠାନର ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସ୍ଵେଚ୍ଛାସେବୀ ସୁପ୍ରିୟା ଦେହୁରୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ସମ୍ୟକ୍ ରେ ଜଣେଇବା ପରେ ଅନୁଷ୍ଠାନର ପାରିପାର୍ଶ୍ବିକ ରେ ପଡ଼ିଥିବା ପଲିଥିନ ଗୁଡ଼ିକ ଏକତ୍ର କରି ସମ୍ପୂର୍ଣ୍ଣ ପରିସର ର ସଫେଇ କାର୍ଯ୍ୟ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଆଇଟି ଆଇ ର ଆସିଷ୍ଟାଣ୍ଟ ଅଧ୍ୟାପକ ଶ୍ରୀଯୁକ୍ତ ମକରଧଜ୍ଵ ପାଢ଼ୀ ,ଶ୍ରୀଯୁକ୍ତ ଦେବବ୍ରତ ସାହାଣୀ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟ କୁ ପରିଚାଳନା କରିଥିଲେ।ଶେଷରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ପ୍ରବୀଣା କର୍ଣ୍ଣ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଆବାସ ଯୋଜନାରେ ଘରଟିଏ ପାଇଁ ଦୌଡ଼ି ଦୌଡ଼ି ନିରାଶ, ଜନଶୁଣାଣୀରେ କଲେ ଅଭିଯୋଗ

Sunil Chandra Nayak

ନାରୀ ସମସ୍ତ ଶକ୍ତିର ଉତ୍ସ – ଡଃ ବେହେରା

Sunil Chandra Nayak

ଆପଣଙ୍କ ପାଖରେ ପହଞ୍ଚିବ ଜୀ ସାର୍ଥକର ଏଲଇଡି ଭ୍ୟାନ – ଭିନ୍ନ ଢ଼ଙ୍ଗର ପ୍ରଚାର ଅଭିଯାନ 

Sunil Chandra Nayak

Leave a Comment

error: Content is protected !!