ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକସ୍ତରିୟ ବିଦ୍ୟାର୍ଥି ସମ୍ବର୍ଦ୍ଧନା ସମାରୋହ ୨୦୨୨

ଉତ୍କେଲା,୧୦/୦୮,  ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ଦଣ୍ଡପାଟ ଯୁବସେନା ସଂଗଠନ ବେହେରା ସିଦ୍ଧି ବିନାୟକ ଚାରିଟେବୁଲ, ଧର୍ମଗଡ଼ ଆନୁକୂଲ୍ୟରେ କେସିଙ୍ଗା ବ୍ଳକ ସ୍ତରୀୟ ହାଇସ୍କୁଲ ଟପ୍ପର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କେସିଙ୍ଗା ବିଦ୍ୟାପୀଠରେ ଆୟୋଜନ ହୋଇଥିଲା.କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବି.ମୁରଲୀଧର ଆଚାରୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଡଃ ହେମସାଗର ସାହା, ଶ୍ରୀଯୁକ୍ତ ବବ୍ରୁବାହାନ ପ୍ରଧାନ (ବ୍ଳକ ଶିକ୍ଷା ଅଧିକାରୀ),ନୃପରାଜ ଯାଦବ (ଏନ୍ ଏ ସି ଅଧ୍ୟକ୍ଷ), ଚନ୍ଦନ କୁମାର ସେନାପତି ( ବ୍ଳକ ଅଧ୍ୟକ୍ଷ, କେସିଙ୍ଗା), ପ୍ରତାପ କୁମାର ବାଗ ( ଯୁବ ସଂଗଠକ ଟ୍ରଷ୍ଟ), ସୁରେନ୍ଦ୍ର ଜାଳ( ମୁଖ୍ୟ ପରିଚାଳକ କେସିଙ୍ଗା) ଅଭିନାଶ ମୁଣ୍ଡ ( ଲକ୍ଷ୍ୟ ଓ ପରିଚାଳକ) ଓ ଅନ୍ୟ ନେତୃମଣ୍ଡଳୀ ଯୋଗଦାନ କରିଥିଲେ । ବ୍ଲକ ର ୩୪ ଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମ୍ବଲପୁର ବିଶ୍ବବିଦ୍ୟାଲୟ ର ବାଣିଜ୍ୟ ବିଭାଗରେ ସର୍ବୋଛ୍ଛ ନମ୍ବର ରଖିଥିବା ଛାତ୍ରୀ ରିଙ୍କି ରାଏ ଓ ବ୍ଲକ ସ୍ତରରେ ସର୍ବୋଛ୍ଛ ନମ୍ବର ରଖିଥିବା ଛାତ୍ର ନେତାଜି ହାଇସ୍କୁଲ ଫଟକମାଲ ର ଜୟନ୍ତ ଚିଣ୍ଡା ଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ ସହ ପୁରୁସ୍କୃତ କରାଯାଇଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ତ୍ରିଲୋଚନ ପାଢ଼ୀ ଙ୍କ କବିତା ବିଦ୍ୟାଦାତା ଶ୍ରୀଗଣେଶ

Sunil Chandra Nayak

ଧର୍ମଗଡ ଠାରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

Sunil Chandra Nayak

ଲିଙ୍ଗରାଜ ବାବାଙ୍କ ସେବାରେ ସମାଜସେବୀ

Sunil Chandra Nayak

Leave a Comment

error: Content is protected !!