ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ 

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ 

ନୂଆପଡ଼ା ଜିଲ୍ଲା ସିନାପାଲି ସହର ଥାନା ପଛ ପଟେ ବସ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାସ୍ତାପାର୍ଶ୍ୱ ରେ ଠିଆ ହୋଇ ଥିବା ଏକ ପିକ ଅପ୍ ଭ୍ୟାନ ର କାର୍ଯ୍ୟରତ ଶ୍ରମିକକୁ ସିନାପାଲି – ସମ୍ବଲପୁର ଯାଉଥିବା ବିଜୟଲକ୍ଷ୍ମୀ ବସ(ଓଡି ୦୮ଏମ୍ ୩୮୯୯) ଆଘାତ ଦେବା ଫଳରେ ଶ୍ରମିକଟିର ମୃତ୍ୟୁ ଘଟିଥିବା ଜଣାପଡିଛି l ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସାତ ଘଣ୍ଟା ସମୟ ରେ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗର ପବନ ଅଗ୍ରୱାଲ ଙ୍କ ପିକ୍ ଅପ୍ ଭ୍ୟାନ ( ଓଡ଼ି ୦୮ ସି ୧୦୩୪) ଏକ ଦୋକାନରେ ସାମଗ୍ରୀ ଅନ ଲୋଡ କରି ଠିଆ ହୋଇଥିଲା l ମୃତକ ଜଣକ ଭ୍ୟାନ୍ ର ପଛ ଗେଟ୍ ବନ୍ଦ କରୁଥିବା ବେଳେ ବସ୍ ମାଡ଼ି ଆସିଥିଲା l ବସର୍ ଆଘାତରେ ଶ୍ରମିକ ଜଣକ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ l ତାଙ୍କର ଗଳାରେ ବସର ଡିକି କବାଟ ଲାଗିଯିବାରୁ ଗଲା କଟିଯାଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା ଏବଂ ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବା ସୁଚନା ମିଳିଛି । ମୃତକ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାହାଲିଙ୍ଗ ଗ୍ରାମର ପାର୍ଥବ କେତକୀ ବୟସ ୪୦ । ବୁଧବାର ଦିନ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ପରେ ପରିବାର ଲୋକ ଧୁଙ୍ଗିଆମୁଣ୍ଡା ଠାରେ ଶବ ରଖି ସିନାପାଲି ରୁ ଧର୍ମଗଡ କୁ ସଂଯୋଗ କରୁଥିବା ବିଜୁ ଏସ୍କପ୍ରେସ ୱେ କୁ ଅବରୋଧ କରି କ୍ଷତିପୂରଣ ଦାବିରେ ବସିଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ଯିବାଆସିବାରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ଲେଖା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ କେହି ମଧ୍ୟ ଉପସ୍ଥିତ ହୋଇନଥିବା ବେଳେ ସିନାପାଲି ପୋଲିସ ଆସି ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା । ସିନାପାଲି ତହସିଲଦାର ଆସି ରେଡ୍ କ୍ରସ୍ ପାଣ୍ଠି ରୁ ୧୦ ହଜାର ଟଙ୍କା ଏବଂ ବିଜୟଲକ୍ଷ୍ମୀ ବସ୍ ମାଲିକ କ୍ଷୟକ୍ଷତି ବାବଦରେ କଥା ବାର୍ତ୍ତା ହେଲାପରେ ରାସ୍ତା ଅବରୋଧ ହଟିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବର ବଜାର ବା ସୌରତ ସଭା.. ବିହାରରେ ୭୦୦ ବର୍ଷ ଧରି ପାରମ୍ପରିକ ରୀତିରେ ଚାଲିଛି ଏଭଳି ପ୍ରଥା

Sunil Chandra Nayak

ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ପରଲୋକ

Sunil Chandra Nayak

ମଝିଆ ଗୁଡି ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଅବସରରେ ଛପନ ଭୋଗ ଲାଗି

Leave a Comment

error: Content is protected !!