ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ଠାରେ ଆନ୍ତରାଷ୍ଟୀୟ ଯୋଗ ଦିବସ ପାଳିତ

 ବେହେରା -:  ଆଜି ସାରା ଓଡ଼ିଶାର ଯୋଗ ଦିବସ ପାଳନ କରୁଥିବାବେଳେ ଦଣ୍ଡପାଟ ବେହେରା ର ଯୁବ ସେବା ସଂଗଠନ ଓ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଯୋଗଦିବସ ପାଳନ ହୋଇଯାଇଛି l ଯୋଗଗୁରୁ ଭାବରେ ସୁରେନ୍ଦ୍ର ସାହୁ ଯୁବକ ମାନଙ୍କୁ ଯୋଗ ଶିଖାଇ ଥିଲେ l ଏହା ହେଉଛି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ l ଶରୀରର ସୁରକ୍ଷା କବଚ ହେଉଛି ଯୋଗ l ଏହାର ଉପାଦେୟତା କୁ ବୁଝି ପ୍ରତି ବର୍ଷ ଜୁନ 23ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ l ଗତ ଦୁଇ ବର୍ଷ ଧରି କଟକଣା ମଧ୍ୟରେ ଯୋଗ ଦିବସ ପାଳନ କରାଯାଉଥିଲା l ଏଥର ସଂକ୍ରମଣ ହ୍ରାସ ପାଇଥିବାରୁ ଯୋଗ ଦିବସ କୁ ଭବ୍ୟ କରାଯାଇ ପାରିଛି l ଏହି କାର୍ଯ୍ୟକ୍ରମରେ ଥିଲେ ଭବେଶ ଗଇନ୍ତା, ଭିକାରି ଗୋପାଳ, ଭୁଜବଳ ନାଏକ, ସୁଶୀଲ ଚନ୍ଦ୍ର ନାଗ, ହେମାଳ ବିଶି, ଇଶ୍ୱର ବଣୁଆ ତ୍ରିଲୋକ ସିଂ, ହୁକିମ ବିଶି, ଭବାନୀ ବାରିକ,ପ୍ରମୁଖ ଉପସ୍ଥିତ ଥିଲେ l

 କାମେସ ନାଗ ଙ୍କ ରିପୋର୍ଟ।

Related posts

ରାଇରଙ୍ଗପୁରରେ ଶହୀଦ ନୁଦୁରାମ ସୋରେନ ଟ୍ରଷ୍ଟ ଆନୁକୂଲ୍ୟରେ ୭୬ ତମ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

ଅପରାଜିତା ଷଡଙ୍ଗୀଙ୍କ ଖଡ଼ିଆଳ ଗସ୍ତ

Sunil Chandra Nayak

ନର୍ଲା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!