ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଜୁନାଗଡ଼,୨୧/୬ (ମ ନି ସ) ଜୁନାଗଡ଼ ବ୍ଲକ ର ବିଭିନ୍ନ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦାସିଗାଁ ଆୟୁଷ ସ୍ଵାସ୍ତ୍ୟ ଓ ଆରୋଗ୍ୟ କେନ୍ଦ୍ର ଦ୍ଵାରା ଆୟୁମୁଖ୍ୟ ଚିକିତ୍ସା ଅଧିକାରୀ ଯତୀନ୍ଦ୍ର ପ୍ରସାଦ ପାଢ଼ୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦାସିଗାଁ ସରପଞ୍ଚ ପ୍ରମୋଦିନି ପ୍ରହରାଜ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଥିବା ବେଳେ ଯୋଗ ଶିକ୍ଷକ ତଥା ଯୋଗ ଆଚାର୍ଯ୍ୟ ସମିତିର କଳାହାଣ୍ଡି ଜିଲ୍ଲା ସମ୍ପାଦକ ନବ କିଶୋର ବେହେରା ଯୋଗଦାନ କରି ଯୋଗ ଶିକ୍ଷା ସମ୍ପର୍କରେ ଅବଗତ କରାଇଥିଲେ ।ଯୋଗ ଦ୍ୱାରା ମଣିଷ ର ସୁନ୍ଦର ସ୍ଵାସ୍ତ୍ୟ ଗଠନରେ ବେଶ ଭୂମିକା ରହିଥାଏ । ଯୋଗ କରିବା ଦ୍ୱାରା ମଣିଷ ବିଭିନ୍ନ ରୋଗରୁ ମୁକ୍ତି ପାଇଥାଏ ।ପ୍ରତିଦିନ ନିୟମିତ ଯୋଗ କରିଲେ ଦେହ ଓ ମନ ଭଲ ରହିଥାଏ ବୋଲି ଅଲୋକ ପାତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଦାସିଗାର ବରିଷ୍ଠ ସମାଜସେବୀ ଚିତ୍ତ ରଞ୍ଜନ ପଣ୍ଡା ,ନାରାୟଣ ପାଢ଼ୀ ,ବିରଞ୍ଚି ନାରାୟଣ ପ୍ରହରାଜ ,ଦୀପ୍ତି ନାରାୟଣ ପ୍ରହରାଜ ପ୍ରମୁଖ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ଏ ଏନଏ ମ ,ଆଶା କର୍ମୀ ,ପଞ୍ଚାୟତ ହାଇ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।ଏଥିରେ ଦାସିଗାଁ ପଞ୍ଚାୟତ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ବଡ଼ ତିଆ ,ଆଦିତ୍ୟ ପଣ୍ଡା ,ବ୍ରଜେନ୍ଦ୍ର ପଣ୍ଡା ,ଶରତ ଚନ୍ଦ୍ର ସାହୁ ଏବଂ ବିଜେ ନାଗ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ସେହିପରି ଜୁନାଗଡ଼ ବେଡ଼ମୀଣ୍ଟନ ଇଣ୍ଡୋର ହଲ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟ କାରୀ ସଭାପତି ସୋରଜ ପଣ୍ଡା ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ସାଧାରଣ ସମ୍ପାଦକ ସନ୍ତୋଷ ସିଂ ଦେଓ , ସମ୍ମାନିତ ଅତିଥି ଭିବୁ ପ୍ରସାଦ ପାଢ଼ୀ, ବେଡ଼ମୀଣ୍ଟନ ଅସୋସିଏସନ କୋଷାଧକ୍ଷ ରାକେଶ ବେମାଲ, ଦିଲୀପ ପଣ୍ଡା ଯୋଗ ଦେଇ ଯୋଗ ଶରୀରକୁ ନୀରୋଗ ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ବୋଲି ମତ ବ୍ୟକ୍ତ କରିଥିଲେ ।ବେଡ଼ମୀଣ୍ଟନ ଆସୋସିଏସନ ଉପଦେଷ୍ଟା ହିମାଂଶୁ ବରାଡ଼ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉପ ସଭାପତି ଜଳି ପରା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଓଡ଼ିଶାର ଏକ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ

Sunil Chandra Nayak

ବର୍ଷ ବର୍ଷ ପରେ ମଧ୍ୟ ସରକାରୀ ଘର ନ ମିଳିବାରୁ ଲଗାଣ ବର୍ଷାରେ ଉଜୁଡି  ଗଲା ଘର

Sunil Chandra Nayak

ପ୍ରକାଶ ପାଇଲା ମେଧାଅନ୍ବେଷଣ ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ପ୍ରଶାନ୍ତ କୁମାର

Sunil Chandra Nayak

Leave a Comment

error: Content is protected !!