ଆବାସ ଗୃହ ସହାୟତା ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ
କସରା,୨୧/୬-( ମ ନି ସ ) କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପାଣିଗାଁ ର ମକରଧ୍ଵଜ ମହାନ୍ତିଙ୍କ ଘର ର କାନ୍ଥ ଲଗାଣ ବର୍ଷା କାରଣ ରୁ ଭାଙ୍ଗି ପଡିଛି । ଫଳରେ ପରିବାର ଏବେ ଅତି ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ଆଶ୍ରୟ ନେଇଛନ୍ତି । ମକରଧ୍ଵଜ ଜଣେ ଗରିବ ଶ୍ରେଣୀ ର ହୋଇଥିବା ବେଳେ ପୂର୍ବରୁ ଅନେକ ଥର ଆବାସ ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଆପତ୍ତି ଅଭିଯୋଗ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଘର ଯୋଜନା ରେ ସାମିଲ କରାଯାଇନାହିଁ । ତାଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଅଣଦେଖା କରି ସ୍ୱଚ୍ଛଳ ବର୍ଗ ଲୋକଙ୍କୁ ଆବାସ ଘର ମିଳୁଥିବା ବେଳେ ତାଙ୍କ ପ୍ରତି ପ୍ରଶାସନ ର ଏହି ଅବିଚାର କାହିଁକି ବୋଳି ମକରଧ୍ଵଜ ଙ୍କ ସ୍ତ୍ରୀ ପୁଷ୍ପଳତା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଗତକାଲି ରାତିରେ ବର୍ଷା ରେ ଘର ଭାଙ୍ଗିବା ପରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କୁ ଖବର ଦେଇଥିଲେ ମଧ୍ୟ ସେ ରିପୋର୍ଟ ନେବାକୁ ଆସିନଥିବା ଜଣାପଡିଛି । ଅନ୍ୟପଟେ ପୁଷ୍ପଳତା ତାଙ୍କ ଦୁଇ ଛୁଆଙ୍କ ସହ ମଙ୍ଗଳବାର କୋକସରା ବିଡ଼ିଓ ମନୀଷା ଦାସ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ସାକ୍ଷାତ କରି ଆବାସ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗୁହାରି କରିଛନ୍ତି । ତାଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରିବାକୁ ଦାବୀ ହେଉଛି ।