ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର

ଆବାସ ଗୃହ ସହାୟତା ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ

କସରା,୨୧/୬-( ମ ନି ସ )  କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପାଣିଗାଁ ର ମକରଧ୍ଵଜ ମହାନ୍ତିଙ୍କ ଘର ର କାନ୍ଥ ଲଗାଣ ବର୍ଷା କାରଣ ରୁ ଭାଙ୍ଗି ପଡିଛି । ଫଳରେ ପରିବାର ଏବେ ଅତି ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ଆଶ୍ରୟ ନେଇଛନ୍ତି । ମକରଧ୍ଵଜ ଜଣେ ଗରିବ ଶ୍ରେଣୀ ର ହୋଇଥିବା ବେଳେ ପୂର୍ବରୁ ଅନେକ ଥର ଆବାସ ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଆପତ୍ତି ଅଭିଯୋଗ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଘର ଯୋଜନା ରେ ସାମିଲ କରାଯାଇନାହିଁ । ତାଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଅଣଦେଖା କରି ସ୍ୱଚ୍ଛଳ ବର୍ଗ ଲୋକଙ୍କୁ ଆବାସ ଘର ମିଳୁଥିବା ବେଳେ ତାଙ୍କ ପ୍ରତି ପ୍ରଶାସନ ର ଏହି ଅବିଚାର କାହିଁକି ବୋଳି ମକରଧ୍ଵଜ ଙ୍କ ସ୍ତ୍ରୀ ପୁଷ୍ପଳତା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଗତକାଲି ରାତିରେ ବର୍ଷା ରେ ଘର ଭାଙ୍ଗିବା ପରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କୁ ଖବର ଦେଇଥିଲେ ମଧ୍ୟ ସେ ରିପୋର୍ଟ ନେବାକୁ ଆସିନଥିବା ଜଣାପଡିଛି । ଅନ୍ୟପଟେ ପୁଷ୍ପଳତା ତାଙ୍କ ଦୁଇ ଛୁଆଙ୍କ ସହ ମଙ୍ଗଳବାର କୋକସରା ବିଡ଼ିଓ ମନୀଷା ଦାସ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ସାକ୍ଷାତ କରି ଆବାସ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗୁହାରି କରିଛନ୍ତି । ତାଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରିବାକୁ ଦାବୀ ହେଉଛି ।

Related posts

ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ଙ୍କ ମାଟିଆ ପଞ୍ଚାୟତ ପରିଦର୍ଶନ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ତଅପୋଇ

Sunil Chandra Nayak

ଡାକ୍ତରଖାନା କିରାଣୀ ଦୀର୍ଘ ଦିନ ହେବ ଗାଏବ ହଇରାଣ ରେ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!