ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

କୋକସରା,୨୧/୬-  (ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୋକସରା ଓ ବିଜେପି ଦଳ ପକ୍ଷରୁ ମଙ୍ଗଳବାର ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ଭେଙ୍କଟେସ୍ବର ଇଂରାଜୀ ମିଡିୟମ ସ୍କୁଲ ର ଅଧ୍ୟକ୍ଷ ତ୍ରିନାଥ ଠାକୁର, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ଶିକ୍ଷକ ବୁଦ୍ଧିରାମ ନାଏକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ନିରୋଗ ରହିବା ପାଇଁ ଯୋଗ ଓ ପ୍ରାଣାୟମ ପ୍ରତିଦିନ କରିବା ପାଇଁ ପରାମର୍ଶ ଦେଇଥିଲେ । କୋକସରା ସରସ୍ବତୀ ଶିଶୁ ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ପରିଚାଳନା ରେ ଛାତ୍ରଛାତ୍ରୀ ମାନେ ଯୋଗ ଓ ପ୍ରାଣାୟମ କରିଥିଲେ । କୋକସରା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଗୁଣାକାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ରେ ଏନ.ସି.ସି, ଏନ.ଏସ.ଏସ ଓ ୟୁଥ ରେଡ଼କ୍ରସ ର ଛାତ୍ରଛାତ୍ରୀ ମାନେ ଯୋଗ ଦିବସ ପାଳନ କରିଛନ୍ତି । ଅଧ୍ୟାପକ ଅଶ୍ୱିନୀ ପଟ୍ଟନାୟକ, ସୁବ୍ରତ ବେହେରା, ଅଇରୀ ନାସନ ଚିନ୍ଦା ସମେତ କର୍ମଚାରୀ ଉପସ୍ଥିତ ରହିଥିଲେ । ସେହି ପରି କୋକସରା ବିଜେପି ମଣ୍ଡଳ ପକ୍ଷରୁ ମଧ୍ୟ କୋକସରା, ମୋଟେର ଓ ଆମପାଣି ଠାରେ ଯୋଗ ଦିବସ ପାଳିତ ହୋଇଯାଇଛି ।

Related posts

ବାଘମୁଣ୍ଡା ସେବାଶ୍ରମ ସ୍କୁଲ୍ ପାଚେରୀ ପଛରୁ ଉଦ୍ଧାର ହେଲା ମୃତ ଶରୀର ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

ନଗାରୀ ଗ୍ରାମ ରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!