ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିନ୍ନକ୍ଷମ କୁ ହୁଇଲ ଚେୟାର ପ୍ରଦାନ

କୋକସରା,୨୧ା୬-(  ମ ନି ସ ) କୋକସରା ବ୍ଲକ ଲଡୁଗାଁର ନିଲାମ୍ବର ନିଆଲଙ୍କ ପୁଅ ଭଗତସିଂ ନିଆଲ(୧୬) ଜନ୍ମରୁ ଭିନ୍ନକ୍ଷମ । କେବଳ ଭତ୍ତା କୁ ଛାଡିଦେଲେ ତାଙ୍କୁ ଅନ୍ୟ ସରକାରୀ ସହାୟତା ମିଲିପାରିନାହିିଁ । ରେସନ କାର୍ଡରେ ମଧ୍ୟ ତାଙ୍କ ନା ନଥିବାରୁ ଚାଉଲ ପାଇବାରୁ ବଞ୍ଚିତ ହୋଇଛନ୍ତି । ମଙ୍ଗଳବାର ଭଗତସିଂ ଙ୍କୁ ଧରି ମା ଇସୁପ୍ରିୟା ନିଆଲ ଓ ବାପା ନିଲାମ୍ବର ନିଆଲ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । ଏନେଇ ଗଣମାଧ୍ୟମ ପ୍ରତିନିଧି ଙ୍କ ଦୃଷ୍ଟି ପଡିଥିଲା । ପରେ ଭଗତସିଂ ଙ୍କ ମା’ ଠାରୁ ସମସ୍ତ ବିଷୟରେ ଜଣିବାପରେ ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସାଙ୍ଗେ ସାଙ୍ଗେ ବ୍ଲକ କାର୍ଯ୍ୟାଳୟ ଠାରେ ଭଗତସିଂ କୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କାଶୀବାହାଲ ସମିତି ସଭ୍ୟ ଗଜାନନ ନିଆଲ, ସଂଜୟ ଅଗ୍ରୱାଲଙ୍କ ଉପସ୍ଥିତିରେ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ହୁଇଲ ଚେୟାର ପାଇବା ପରେ ଭଗତସିଂ ଙ୍କ ବାପା ନିଲାମ୍ବର ଓ ମା’ ଇସୁପ୍ରିୟା ଖୁସୀ ହେବା ସହ ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ବ୍ଲକ ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମ୍ମୁ ଭଗତସିଂ ଙ୍କୁ ଅର୍ଣ୍ଣପୂର୍ଣା ଯୋଜନାରେ ମଧ୍ୟ ସାମିଲ କରିବାକୁ କହିଛନ୍ତି ।

Related posts

ବିଦେଶୀ ମଦ ବୋଝେଇ ବୋଲେରୋ ଜବତ 

Sunil Chandra Nayak

ଓଡ଼ିଶା କୁଡୁମି ସେନା ସ୍ବାଭିମାନ ଦିବସରେ ରାଜ୍ୟସଭା ସାଂସଦ ମମତା ମହାନ୍ତ,ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଯୋଗଦାନ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ବାସନ୍ତୀ ଲତା ଜେନା, ଗାନ୍ଧୀ ନଗର, ନବରଙ୍ଗପୁର, ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!