ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିନ୍ନକ୍ଷମ କୁ ହୁଇଲ ଚେୟାର ପ୍ରଦାନ

କୋକସରା,୨୧ା୬-(  ମ ନି ସ ) କୋକସରା ବ୍ଲକ ଲଡୁଗାଁର ନିଲାମ୍ବର ନିଆଲଙ୍କ ପୁଅ ଭଗତସିଂ ନିଆଲ(୧୬) ଜନ୍ମରୁ ଭିନ୍ନକ୍ଷମ । କେବଳ ଭତ୍ତା କୁ ଛାଡିଦେଲେ ତାଙ୍କୁ ଅନ୍ୟ ସରକାରୀ ସହାୟତା ମିଲିପାରିନାହିିଁ । ରେସନ କାର୍ଡରେ ମଧ୍ୟ ତାଙ୍କ ନା ନଥିବାରୁ ଚାଉଲ ପାଇବାରୁ ବଞ୍ଚିତ ହୋଇଛନ୍ତି । ମଙ୍ଗଳବାର ଭଗତସିଂ ଙ୍କୁ ଧରି ମା ଇସୁପ୍ରିୟା ନିଆଲ ଓ ବାପା ନିଲାମ୍ବର ନିଆଲ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । ଏନେଇ ଗଣମାଧ୍ୟମ ପ୍ରତିନିଧି ଙ୍କ ଦୃଷ୍ଟି ପଡିଥିଲା । ପରେ ଭଗତସିଂ ଙ୍କ ମା’ ଠାରୁ ସମସ୍ତ ବିଷୟରେ ଜଣିବାପରେ ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସାଙ୍ଗେ ସାଙ୍ଗେ ବ୍ଲକ କାର୍ଯ୍ୟାଳୟ ଠାରେ ଭଗତସିଂ କୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କାଶୀବାହାଲ ସମିତି ସଭ୍ୟ ଗଜାନନ ନିଆଲ, ସଂଜୟ ଅଗ୍ରୱାଲଙ୍କ ଉପସ୍ଥିତିରେ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ହୁଇଲ ଚେୟାର ପାଇବା ପରେ ଭଗତସିଂ ଙ୍କ ବାପା ନିଲାମ୍ବର ଓ ମା’ ଇସୁପ୍ରିୟା ଖୁସୀ ହେବା ସହ ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ବ୍ଲକ ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମ୍ମୁ ଭଗତସିଂ ଙ୍କୁ ଅର୍ଣ୍ଣପୂର୍ଣା ଯୋଜନାରେ ମଧ୍ୟ ସାମିଲ କରିବାକୁ କହିଛନ୍ତି ।

Related posts

ଶ୍ରୀମଦ୍ ଭଗବତ୍ ଗୀତା – ତୃତୀୟ ଅଧ୍ଯାୟର ସାରକଥା-୩

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ବର୍ଷା କାରଣରୁ ବାତିଲ ହେଲା ଅଲ ଇଣ୍ଡିଆ ଏନ ସି ସି ପର୍ବତାରୋହଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!