ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଉତ୍କଳ ସ୍ନେହୀ ମହିଳା ସମିତିର ରଜମିଳନ

ରାଉରକେଲା/ ସହରର ଅଗ୍ରଣୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତିର ସଭାପତି ସବିତା ସାହୁଙ୍କ ଆବାହକତ୍ବରେ ଏକ ରଜ ମିଳନ କାର୍ଯ୍ୟକ୍ରମ ଛେଣ୍ଡ୍ କଲୋନୀରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୃତ୍ୟ ସଙ୍ଗୀତ ସହ ସଦସ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ବିଜୟୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମହିଳା ସମିତିର ସଦସ୍ୟା ମାନେ ନିଜ ହାତ ତିଆରି ବିଭିନ୍ନ ପ୍ରକାରର ସୁସ୍ବାଦୁ ପିଠା ପଣା ଆଣି ସାମୂହିକଭାବେ ଭୋଜନ କରିଥିଲେ। ଡା଼ଃ.ଗୋକୁଳାନନ୍ଦ ସାହୁ ଏବଂ ଶ୍ରୀମତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ମାନେ ରଜ ଉତ୍ସବ ପାଳନର ପରମ୍ପରା ଓ ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।ଏହି ଉତ୍ସବରେ ନମିତା ଆଚାର୍ଯ୍ୟ, ଗୀତାଞ୍ଜଳି ମିଶ୍ର, ସୁପ୍ରିୟା ମହାନ୍ତି, ଇନ୍ଦିରା ମହାନ୍ତି, ସାବିତ୍ରୀ ଦାସ, ଗୀତା ସେନାପତି, ମଞ୍ଜୁ ବାଳା ମହାପାତ୍ର, ଅନିମା ବିଶ୍ବାଳ, ବିଜୟଲକ୍ଷ୍ମୀ ମିଶ୍ର, ସ୍ନିଗ୍ଧା ସେନାପତି ପ୍ରମୁଖ ସଦସ୍ୟା ମାନେ ସକ୍ରିୟ ସହଯୋଗ କରିଥିବା ବେଳେ ନିର୍ମଳ କୁମାର ଆଚାର୍ଯ୍ୟ, ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ମହାନ୍ତି, ସୁବାସ ଚନ୍ଦ୍ର ମହାପାତ୍ର, ତ୍ରିଲୋଚନ ମିଶ୍ର, ଅଜୟ କୁମାର ମିଶ୍ର, ଡଃ. ଶକ୍ତି ପ୍ରସାଦ ସାମନ୍ତରାୟ, ନାରାୟଣ ଚନ୍ଦ୍ର ଜେନା, ଲକ୍ଷ୍ମଣ ନାଥ ଦାସ ପ୍ରମୁଖ ଉତ୍ସବରେ ଅଂଶଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଶିକ୍ଷକ ଡମ୍ବରୁଧର ବେହେରାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ,ବୁବନେଶ୍ୱର , ଆନୁକୁଲ୍ୟରେ ସନନ୍ଦ(୨୦୨୨)

Sunil Chandra Nayak

ବାଲେଶ୍ଵରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ,ବନ୍ଦ କଲେ ଦରମା ଗଣିଲେ ଜୋରିମାନା

Sunil Chandra Nayak

ଓଏଏସ ଚନ୍ଦନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!