ଜଣାଣ
ମାନଗୋବିନ୍ଦ ସ୍ବାଇଁ
ବଡ଼ଦାଣ୍ଡ ରାଜା ଉଡୁଛି ଯା ଧ୍ଵଜା
ଭକ୍ତ ବନ୍ଧୁ ଜନ ମେଳ
ଜନମ ବେଦୀରୁ ଫେରୁଛି ମନ୍ଦିର
ଭକ୍ତଙ୍କୁ ଦର୍ଶନ ବଳ।
ତିନି ରଥ ଆସେ ବଡ଼ଦାଣ୍ଡେ ଚଡ଼ି
ଭକ୍ତ ଭାଙ୍ଗୁଛି ନଡ଼ିଆ
କାଳିଆ ପ୍ରେମରେ ଭକତି ଭାବରେ
ସର୍ବେ ରଖିଥା ବଢ଼ିଆ।
ରଥର ଦଉଡ଼ି ଭକ୍ତ ନିଏ ଭିଡ଼
ଶବ୍ଦେ ପାପ ଯାଏ ଛାଡ଼ି
ଅନାଇ ଦେଉଛି ଭକ୍ତ ଜନ ବନ୍ଧୁ
ଭକ୍ତି ଘେନୁ ହାତ ଯୋଡ଼ି।
ରଥରେ ବସିଛି ଭକ୍ତଙ୍କୁ ଚାହୁଁଛି
ଥୟ ଧର ଭକ୍ତ ଜନ
ସମୟ ଆସୁଛି ଏ ପରିବର୍ତ୍ତନ
ଧର୍ଯ୍ୟ ଭକ୍ତି ସମାଧାନ।
ବିପଦ ଆସିଛି ଡରି ଯିବା ନାହିଁ
ଧର୍ଯ୍ୟ ଆମ ପ୍ରଭୁ ବଳ
ସାହସ ଦେଉଛି ବଳଶାଳୀ ହୁଅ
ସବୁତ ହବ ସଫଳ।
ବିଶ୍ବାସ ରଖିଛି ମନ ବଳ ଦୃଢ଼
ସବୁ ପଥେ ତୋ କାମନା
ଯେତେ ଦୂର ନେବ ସେତେ ଦୂର ଯିବି
ତୁଟିବ ମୋର ଯନ୍ତ୍ରଣା।