ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟରେ ୫ ଟି ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର

ମୟୂରଭଞ୍ଜ -୨୩/୬/୨୨(ମସିହା) ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ପକ୍ଷରୁ ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପାଞ୍ଚ ଦିନ ଧରି ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ ଆନୁଷ୍ଠାନିକ ଭାବେ ଉଦଘାଟିତ କରି ଶିକ୍ଷକ ମାନେ ଯେତେ ଜ୍ଞାନ ଆହାରଣ କରି ଦକ୍ଷ ହୋଇପାରିଲେ ଛାତ୍ର ଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ସ୍ୱାବଲମୀ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ I ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ଯୋଗ ଦେଇ ବିଦ୍ୟାଳୟରେ ଶିକ୍ଷକମାନଙ୍କ ମଧ୍ୟରେ ଏକତା ରକ୍ଷାକରିପାରିଲେ ବିଦ୍ୟାଳୟ ସରସ ସୁନ୍ଦର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ I ପ୍ରଶିକ୍ଷକ ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେI ଅନ୍ୟତମ ପ୍ରଶିକ୍ଷକ ଭାବେ ରଘୁନାଥ ଜୀୟୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ସେଠୀ ଯୋଗ ଦେଇଥିଲେ Iବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ତ୍ରିପାଠୀ ସଭାପତିତ୍ୱ କରିବା ସହିତ ଆନୁସଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସୂଚନା ଦେଇଥିଲେI ପ୍ରାରମ୍ଭରେ ଶିକ୍ଷକ ତଥା ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ I ଶେଷରେ ତିରିଂ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକାନ୍ତ ମହାରଣା ଧନ୍ୟବାଦ ଦେଇଥିଲେIଏଥିରେ ପ୍ରଧାନ ଶିକ୍ଷୟତ୍ରୀ ବିଜୟା ମାଝୀ, ପ୍ରଧାନ ଶିକ୍ଷକ ରାଜ କିଶୋର ମହାନ୍ତ, ଶିକ୍ଷା ପ୍ରଦୀପର ସହ ସମ୍ପାଦକ ଜ୍ଞାନ ରଞ୍ଜନ ପାଣିଗ୍ରାହୀ, ଶିକ୍ଷକ ହେମନ୍ତ କୁମାର ମହାନ୍ତ, ରଂଜିତ ବାରିକ, ଫାଗୁ ହାଁସଦା, ଏମ.ଆଇ.ଏସ ହରିପଦ ମହାନ୍ତ,ବିବେକ ମହାନ୍ତ, ତାପସ ମହାନ୍ତ,ଦୀପ୍ତିମନ୍ତ ପାଇକରାୟ, ସତ୍ୟ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏଥିରେ ତିରିଂ, ବହଳଦା, ରାଇରଙ୍ଗପୁରର ତିନୋଟି ବ୍ଲକର 50 ଜଣ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ -୨୦୨୨ ପାଳନ

Sunil Chandra Nayak

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି – ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି, ରେଳ କର୍ମଚାରୀଙ୍କ ୭୮ ଦିନର ବୋନସ

Sunil Chandra Nayak

ଲୁହାକାନୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର ଗ୍ରାମ ସଭା ଓ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!