ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ପ୍ରେମ ଅଡିସନ୍‌

   ପ୍ରେମ ଅଡିସନ୍‌

 

       ଅପର୍ତ୍ତି ସେଠୀ

      ( ରମ୍ୟ ରଚନା)

ପ୍ରେମ ଅଡିସନ୍‌ ଚାଲିଛି ଯଦିଓ

       Love ଟିଭି ପ୍ରୋଗ୍ରାମରେ,

ଅନେକ ପ୍ରେମିକ ପ୍ରେମିକା ଅଛନ୍ତି

        ଆଜି ଏହି ଲାଇନିରେ।

ବଚ୍ଛା ହେବେ ଶ୍ରେଷ୍ଠ ପ୍ରେମିକ ପ୍ରେମିକା

       କେତେ ଆଓ୍ଵାର୍ଡ‌ ପାଇବେ,

ମାଇଣ୍ଡିବ୍ଲୋଇଙ୍ଗ୍ ପର୍ଫମାନ୍ସ ଦେଇ

        ପୋଜିସନ ବଢେଇବେ।

ନାମ ପରିଚୟ ପ୍ରଦାନ ପୂର୍ବକ

       ଜଣେ ଜଣେ ଡକାହେଲେ,

ଜଣେ ଯୁବକକୁ ପ୍ରେମିକର ସଂଜ୍ଞା

        ବିଚାରକ ପଚାରିଲେ।

ଯୁବକ କହୁଛି ପ୍ରେମିକଟି ସିଏ

        ନିଜ ପ୍ରେମିକାଠୁଁ ଯିଏ,

ଚପଲ ମାଡ଼ର ସ୍ଵାଦ ଚାଖି ନାହିଁ

        ସିଏ କି ପ୍ରେମିକଟିଏ ?

ପ୍ରେମିକା ପାଇଁକି ଆଲୁଅ ଅନ୍ଧାର

        ଯିଏ କିଛି ମାନି ନାହିଁ,

କାନ୍ଥବାଡ଼ ଡେଇଁ ଗୋଡ଼ ଛିଣ୍ଡେଇନି

         କିଭଳି ପ୍ରେମିକ ସେହି।

ପ୍ରେମିକା ବାଡ଼ିର ବାଇଡଙ୍କ ଆଉ 

          ବିଛୁଆତି‌ ବଣେ ଯିଏ,

ଘଣ୍ଟା ଘଣ୍ଟା ପୁଣି ଛିଡ଼ା ନ ହୋଇଛି

          ସିଏ କି ପ୍ରେମିକଟିଏ?

ପ୍ରେମିକାର ମୋବାଇଲ ରିଚାର୍ଯରେ‌

          ପକେଟ୍ କରେ ଯେ ଖାଲି,

କେବେ ବିରହରେ ବୋତଲ ଧରିଛି

           ମୁହେଁ ନିଶଦାଢି ଛାଡ଼ି।

ଚେଇଁଚେଇଁ ରାତି କେତେଯେ ବିତାଏ

          ପ୍ରେମ କବିତା ଲେଖାରେ,

ଦିନରେ‌ ସପନ ଦେଖି ଦେଖି ଯିଏ

           ଚଲାବାଟେ ଝୁଣ୍ଟି ପଡେ।

ଆବଶ୍ୟକ ସ୍ଥଳେ ଥରେ ଅଧେ ଯଦି

           ହୋଇନି ଥାନାକୁ ଟଣା,

ସିଏ କିବା ଆଉ ପ୍ରେମିକ‌ ପଣରେ

           ହୋଇ ପାରିବ କି ଗଣା?

ପରେ ପରେ ଲେଡିଜ୍‌ଙ୍କ ପାଳି ପଡେ

          ପ୍ରେମିକାର ସଂଜ୍ଞା ପାଇଁ,

ଯୁବତୀ କହୁଛି ଆଖିରେ ଯେ କୁହେ

           ଅସଲ ପ୍ରେମିକା ସେହି।

ପ୍ରେମ ଈଶାରାରେ ଦୁନିଆଁ ହଲାଏ

          ଟୋକାଙ୍କୁ ବାଇଆ କରେ,

ଭଳିଭଳି ପ୍ରେମିକକୁ‌ ଯେ ଫସାଇ

          ଅଧା ବାଟେ ଛାଡ଼ିପାରେ।

ପୁଅଙ୍କ ଦିଲ୍‌କୁ ଖିନ୍‌ଭିନ୍‌ କରି 

         ଝୁଣି ଝୁଣି ଖାଏ ଯିଏ,

ନିଜ ଭେନିଟ୍‌ରେ ପ୍ରେମିକଙ୍କ ମନ

        ପୁରେଇ ସେ ହସୁଥାଏ।

ନାନା ଉପହାର ପ୍ରେମିକ ପାଖରୁ

        ଯିଏସେ ହାତେଇପାରେ,

ଫୋନ୍‌ଟିକୁ କିସ୍ ମାରେ ଫେସବୁକ

       ସାଙ୍ଗ ଠାବ କଲାବେଳେ।

ବେଳେବେଳେପ୍ରେମ ବିରହରେ ଟ୍ରେନ୍ 

         ଲାଇନିକୁ‌ ଯାଇପାରେ,

ବ୍ଲେଡ୍‌ରେ ନିଜ ହାତକାଟି ପ୍ରେମ 

         ପରୀକ୍ଷା ବି ଦେଇପାରେ।

 ଏକାମ୍ର କାନନ ଯିଏ ଯାଇନାହିଁ

          ପ୍ରେମିକ ହାତକୁ ଧରି,

ଗୁପ୍‌ଚୁପ୍ ଯଦି ଖାଇନି‌ ତା’ ସହ

         ହେବ କି ପ୍ରେମିକା ସରି?

କଲେଜ ବାହାନା କରି ଯିଏ ଯାଏ

          ବୟ ଫ୍ରେଣ୍ଡ୍ ହାତଧରି,

ଶେଷରେ ଚମ୍ପଟ‌ ମାରେ ବାପା ମାଆ

          ମୁହେଁ ଚୂନକାଳି ବୋଳି।

ଏ ଯେଉଁ ଆନ୍‌ସର ମିଳିଲା ଏଥିରେ

          ବିଚାରକ ଖୁସି ହେଲେ,

ଏଭଳି ପ୍ରେମିକ ପ୍ରେମିକାଙ୍କୁ ବହୁ

          ପ୍ରଶଂସା ମଧ୍ୟ କରିଲେ।

ସମୟ ସରିଲା ପ୍ରୋଗ୍ରାମ ବଢିଲା

            ରେଜଲ୍ଟ ରହିଲା ବାକି,

ତେଣୁ ହେ‌ ପାଠକେ ନିଶ୍ଚୟ ଆସିବେ

            Next ଏପିସୋଡ୍ ଦେଖି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

    

Related posts

ଆଦରମଣି ପ୍ରଧାନ,(ଗୋଲାପୀ) ଙ୍କ ଗଳ୍ପ ମୁଁ ପ୍ରେମିକା

Sunil Chandra Nayak

ରାଇଘର ରେ  ମାଓ ବେନର ଓ  ପୋଷ୍ଟର  ମାରି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ

Sunil Chandra Nayak

ଜିଲ୍ଲା ସଂକୃତି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଓ କଳାକାର ଙ୍କୁ ଅସମ୍ମାନ କରିଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଜିଲ୍ଲା ପାରମ୍ପରିକ ଲୋକକଳା ସଙ୍ଘ

Sunil Chandra Nayak

Leave a Comment

error: Content is protected !!