ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନ୍‌ କି ବାତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ

ଢେଙ୍କାନାଳ: ଆଜି ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ସଭାଗୃହ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୯୧ ତମ ମନ କି ବାତ୍ ରେ ଦିନ ୧୧ ଟା ସମୟରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜାଦି କା ୭୫ ବର୍ଷ ଅମୃତ ମହାତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହର ଘର ତ୍ରିରଙ୍ଗା ଆହ୍ୱାନ୍ କୁ ସଫଳ କରିବା ପାଇଁ ସମସ୍ତେ ଚେଷ୍ଟିତ ହେବ ବୋଲି ସମସ୍ତଙ୍କୁ କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଆସନ୍ତା ଅଗଷ୍ଟ ମାସ ୧୩ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ଙ୍କୁ ନିଜ ନିଜର ଘର ଉପରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ମୋଦି ଆହ୍ନାନ ଦେଇଛନ୍ତି। ଦେଶରେ ଥିବା ପ୍ରମୁଖ ରେଳ ଷ୍ଟେସନ ମାନଙ୍କର ନାମ କହିବା ସହିତ ଷ୍ଟେସନ ଗୁଡିକର ନାମ ଆମ ସ୍ଵାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ହେବା ଓ ଭାରତ ର କାଠ କଣ୍ଢେଇ ପ୍ରତି ବିଦେଶରେ କିଭଳି ଭାବରେ ଚାହିଦା ରହିଛି ସେ ସଂପର୍କ ରେ ମତ ପ୍ରକାଶ କରିଥଲେ ତତ୍ ସହିତ ଏଥିପାଇଁ ପ୍ରତିବର୍ଷ ଭାରତର ରପ୍ତାନି ବଢିବାରେ ଲାଗିଛି ଓ ଆମଦାନି କମିବାରେ ଲାଗିଛି ବୋଲି ତାଂକ ଅଭିଭାଷଣ ରେ କହିଥିଲେ । ଏହି କାର୍ଯ୍ୟକ୍ରମର ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ କୁମାର ପାଣି, ପରଜଙ୍ଗ ପୂର୍ବତନ ବିଧାୟକ ବିଭୁତି ପ୍ରଧାନ,କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ଶତ୍ରୁଘ୍ନ ଜେନା, ଢେଙ୍କାନାଳ ସଦର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ମିଡ଼ିଆ ସେଲ ପ୍ରଭାରୀ ନବକିଶୋର ଗୁରୁ,ସଂଯୋଜକ ପ୍ରେମାନନ୍ଦ ଜେନା, ସମାଜସେବି ରାମଚନ୍ଦ୍ର ପାତ୍ର, ପୌରାଧକ୍ଷା ଶ୍ରୀମତୀ ଜୟନ୍ତି ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ ଶର୍ମା, ଜିଲ୍ଲା ଯୁବ ମୋର୍ଚା ସଭାପତି ଏମ ଜେ ମହିମା, ନଗରପାଳ ସଭାପତି ଧୃବ ଚରଣ ସ୍ଵାଇଁ, ଉପସଭାନେତ୍ରୀ ଭାରତୀ ସ୍ଵାଇଁ, ବିଷ୍ଣୁ ପ୍ରସାଦ , ମହାପ୍ରସାଦ ନନ୍ଦ, ସାଧାରଣ ସମ୍ପାଦକ ରାମବିହାରୀ ବେହେରା, ରତିକାନ୍ତ ସାହୁ,ମହିଳା ମୋର୍ଚା ସଭାପତି ମମତା ସ୍ଵାଇଁ , ଉପ ସଭାପତି ନିରୋଜ ନଳିନ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ମୋଟେର ପଞ୍ଚାୟତରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

ଇସ୍ପାତ ସହରରେ ୩ ଦିନିଆ ଆନ୍ତ ଓଡିଶା କ୍ୟାରୋମ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!