ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜୀବନ ସା  ଙ୍କ କବିତା ଶ୍ରମବଳେ ଜିଣିପାରେ ମୁଁ ଧରା 

ଶ୍ରମବଳେ ଜିଣିପାରେ ମୁଁ ଧରା 

 

ଶ୍ରମ ବଳରେ ଜିଣିପାରେ ଧରା

କୃଷକ ମୁଁ ଆଜି

ଟାଏଁ ଟାଏଁ ଟାଣ ଖରାରେ 

ଶୀତ, ବରଷାରେ

ମାଟିକୁ ଚଷି ସୁନା ଫସଲ

ଫଳାଉଛି ପରା l

 

ଶ୍ରମ ବଳରେ ଜିଣିପାରେ ଧରା

ଶ୍ରମିକ ମୁଁ ଆଜି

ମୁଣ୍ଡ ଝାଳ ତୁଣ୍ଡେ ମାରି

ଶୀଳ୍ପ, କାରଖାନା,ଘରଦୁଆର 

ବାଲି, ସିମେଣ୍ଟ, ଲୁହା ଯୋଡି

ତିଆରୁଛି ପରା l

 

ଶ୍ରମ ବଳରେ ଜିଣିପାରେ ଧରା

ସୈନିକ ମୁଁ ଆଜି

ଗୋଲା, ବାରୁଦକୁ ଖାତିର ନକରି

ଦେଶ, ଜାତି ପାଇଁ

ନିଜ ଜୀବନକୁ ଜନ ହିତ ପାଇଁ 

ବଳିଦିଏ ରଣକ୍ଷେତ୍ରେ ପରା l 

ଜଗଜ୍ଜୀବନ ସା 

କୁମ୍ଭାରୀ, ଗୋଲାମୁଣ୍ଡା
 କଳାହାଣ୍ଡି (ଓଡିଶା )

 

Related posts

ନବରଙ୍ଗପୁର ରେ ” ଓଡିଶା A1 ନିୟୁଜ ” ଅଫିସ ରୁ ଚୋରି

Sunil Chandra Nayak

ବିଦ୍ୟାଳୟ ପରିସରରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସ୍ଵଭାବ ଓ ବଚନ

Sunil Chandra Nayak

Leave a Comment

error: Content is protected !!