ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଧର ମହାନ୍ତ ଙ୍କ କବିତା – ଲେଖକ ର ଧର୍ମ

ଲେଖକର ଧର୍ମ 

 

ଅତି ସୁଖେ ଅବା ଅତିସୁଖେ ଥିବା

ଜନ ହୃଦେ ଜାଗେଯେଉଁ ଚିନ୍ତନ,

ସେହି ଚିନ୍ତା କରେ ମାନବକୁ ଦିନେ

ସର୍ବୋତ୍ତମ କବି ହୃଦ କମ୍ପନ |1|

 

କବି ଆଣିପାରେ ସମାଜେ ସଂସ୍କାର

କବି ଦେଇପାରେ ଶ୍ରଦ୍ଧା ସୁମନ,

କବିଦେଇପାରେ ସାହିତ୍ୟ ସଂସ୍କୃତି

ଦିବ୍ୟଜ୍ଞାନ ହୃଦେ ଉତ୍ତମ ମନ,|2|

 

କବିତୋଳିପାରେ ଆକାଶ କୁସୁମ

କବିକରିପାରେ ଅଜ୍ଞାନେ ଜ୍ଞାନୀ

କବି ଦେଇପାରେ ମାନ ଓ ସମ୍ମାନ

କବିକରିପାରେ ଶୁଅଭିମାନୀ |3|

 

କବି କହିପାରେ ଅକୁହା କାହାଣୀ,

ସପ୍ତତାଳ ତଳ ଫରୁଆ ଖୋଲି

ଲେଖକର ଲେଖା ଅସରନ୍ତି ବାଣୀ

ଅମୂଲ୍ୟ ସଂଗୀତ ପାରଇ ବୋଲି,|4|

 

କବି ଓ ଲେଖକ ମନ ଗଢ଼ା କଥା

ଯେତେ ଗୀତାଶାସ୍ତ୍ର ପୋଥି ପୁରାଣ

ମାନବ ଜାତିର ଅନ୍ତର ବ୍ୟଥା

ମାନବ ଜାତିର ଜୀବନ ପ୍ରାଣ,|5|

 

ଲେଖକର ଧର୍ମ ସଂକୃତି ଉଦ୍ଧାର

କର୍ମର ସୁଫଳ ଜ୍ଞାନ ବିଜ୍ଞାନ,

ଶାନ୍ତି ପ୍ରଗତିର ଉତ୍ତମ ସଂସ୍କାର

ଦୟା କ୍ଷମା ସତ୍ୟ ଉଜ୍ଜଳ ମାନ,|6|

 

ଲେଖକର ଧର୍ମ ସତ୍ୟ ଉନ୍ମୋଚନ

ସତ୍ୟ ଆବିଷ୍କାର ସୁଉଦ୍ଭାବନ

ସତ୍ୟର ଆଲୋକ ଜନେ ବିତରଣ

ଅଜ୍ଞାନ ଲୋକକୁ ମାର୍ଗଦର୍ଶନ,|7|

 

ଶ୍ରୀବିଦ୍ୟାଧର ମହାନ୍ତ, ତମ୍ବାହରା,

କେନ୍ଦୁଝର, 

ତା 20|03|2022

Related posts

ବେକରେ ଦାଉଡ଼ିଦେଇ ଯୁବକର ଆତ୍ମହତ୍ୟା

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ବଡ଼୍‌ ଖିଜ୍‌ନି

Sunil Chandra Nayak

କଳାହାଣ୍ଡି କରଣ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ଏବଂ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!