ରାୟଗଡା -ରାୟଗଡା ଜିଲ୍ଲା ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଜେମାଦେଇପେଣ୍ଠରେ ଘଟିଛି ଲୁଟ ଘଟଣା।ବନ୍ଧୁକ ମୁନରେ ଲୁଟିନେଲେ ନଗଦ ୭ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର । ଜଣେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କ ଠାରୁ ଲୁଟି ନେଇଛନ୍ତି ଲୁଟେରା । ମିଳିଥିବା ସୂଚନା ମୁତାବକ ସୁନାର ମୁଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କ। ହେବ ବୋଲି ଅନୁମାନ କରାଯାଉଛି । ରାୟଗଡ଼ା ଜିଲ୍ଲାରେ ବହୁ ପରିମାଣର ବଢ଼ିଚାଲିଛି ଲୁଟ ଘଟଣା ।ଏହି ଘଟିଥିବା ଲୁଟ ଘଟଣାରେ ସୁନା ବ୍ୟବସାୟୀ ବାଲାଜୀ କାଲି ଟଙ୍କା ଆଦାୟ ପାଇଁ ତାଙ୍କ ସହଯୋଗୀଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ପେଟ୍ରୋଲ ପମ୍ପରେ ତେଲ ପକାଇ ଫେରୁଥିଲେ । ସେହି ସମୟରେ ବୁଲେଟରେ ୨ ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଆସି ସ୍କୁଟିକୁ ପ୍ରଥମେ ଧକ୍କା ଦେଇଥିଲେ । ପରେ ବ୍ୟବସାୟୀଙ୍କ ମୁଣ୍ଡରେ ଏକ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ ଓ ସୁନା ଲୁଟି ନେଇଥିଲେ । ଶେଷଖାଲ ଥାନାରେ ଏନେଇ ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିଥିଲେ, ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଜାରି ରଖିଛି । ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ ।
previous post
next post