ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲମପୁର ବ୍ଳକ ଠାରେ ନିଯୁକ୍ତି ଓ ପରାମର୍ଶ ମେଳା ଅନୁଷ୍ଠିତ

କଲମପୁର– ଥୁଆମୂଳ ରାମପୁର୨୩/୩- ମ.ନି.ସ:- କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ପରିଷଦ ଆନୁକୂଲ୍ୟରେ କଲମପୁର ବ୍କକ ପରିସରରେ ବ୍ଳକ ସ୍ତରୀୟ ନିଯୁକ୍ତି ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲାା

              ନିଯୁକ୍ତି ମେଳା ଓ ପରାମର୍ଶ ଶିବିରକୁ କଲମପୁର ପ୍ରଗତି ସହାୟକ ଅଧିକାରୀ ଲଷ୍ମଣ୍ କୁମାର ନାଏକଙ୍କ ଅଧ୍ୟକ୍ଷତାରେ। ଗୋଷ୍ଠୀଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପଟେଲ, GPEO କରୁଣା କର ବାଗ , ସମାଜିକ ସୁରକ୍ଷା ଅଧିକାରିଣୀ ଖିତି ସୂତା ମେହେର,ବ୍ଳକ ପ୍ରକଳ୍ପ ସଂଯୋଜକ ସୁବାଷ ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ବେ-ରୋଜଗାର ଶିକ୍ଷିତ ଯୁବକ ଯୁବତୀ ଗୋଷ୍ଠୀ କେମିତି ସରକାରଙ୍କ ସହ ଅନୁବନ୍ଧିତ ସଂସ୍ଥାରେ କର୍ମ ନିୟୋଜିତ ହୋଇ ନିଜେ ସ୍ବାବଲମ୍ବୀ ହୋଇ ପ୍ରତିଷ୍ଠିତ ହୋଇ ପାରିବେ, ସେ ନେଇ ପରାମର୍ଶ ଦିଆଯାଇଛି ।

ନିଯୁକ୍ତି ମେଳାରେ ତିନିଗୋଟି ପ୍ରଶିକ୍ଷଣ ସଂସ୍ଥା ଅଂଶ ଗ୍ରହଣ କରିଥିଲେ। ଶିବିରରେ କଲମପୁର ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତରୁ 81ରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ ପଞ୍ଜିକରଣ କରି ସଂସ୍ଥାମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ କାଉନ୍ ସେଲିଂଗରେ ଭାଗ ନେଇଥିଲେ । ଏଠାରେ ଦେଖିବାକୁ ମିଳିଥିଲା ଯେ, ଶିବିରକୁ ଯୁବକଙ୍କ ଅପେକ୍ଷା ବହୁ ସଂଖ୍ୟାରେ ଯୁବତୀ ମାନେ ପହଞ୍ଚି ସଂସ୍ଥା ସହିତ ଯୋଗାଯୋଗ କରିଥିବା ଦେଖିବାକୁ ମିଳିଥିବା ବେଳେ, ମିଶନ ଶକ୍ତି ସ୍ବେଚ୍ଛାସେବୀ ଯୁବତୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

ତ୍ରୁଟି ପୂର୍ଣ୍ଣ ପୋଲ ନିର୍ମାଣ ହେତୁ ଘରେ ଘରେ ପଶିଲା ବର୍ଷା ଜଳ

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Leave a Comment

error: Content is protected !!