ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଦାନ୍ତ କମ୍ପାନୀର ଲାଞ୍ଜିଗଡ଼ ପ୍ଲାଣ୍ଟ ଉପରେ ୨୫ କୋଟିର ଫାଇନ

ଓଡ଼ିଶାର କଳାହାଣ୍ତି ସ୍ଥିତ ଲାଞ୍ଜିଗଡ଼ରେ ବେଦାନ୍ତ ଲିଃ ବେଆଇନ ଭାବେ ତା’ର ପ୍ଲାଣ୍ଟକୁ ସଂପ୍ରସାରଣ କରିଛି। ଏପରି କରି ପରିବେଶ ସୁରକ୍ଷା ନିୟମକୁ କମ୍ପାନୀ ଉଲ୍ଲଙ୍ଘନ କରିଛି। ଏଥିପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) କମ୍ପାନୀ ଉପରେ ୨୫ କୋଟି ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।

ଏନଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ବେଞ୍ଚ ୨୦୧୫ ନଭେମ୍ବର ୨୦ରେ ବେଦାନ୍ତ ଲିଃକୁ ମିଳିଥିବା ପରିବେଶ ମଞ୍ଜୁରୀକୁ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ଲାଞ୍ଜିଗଡ଼ରେ କମ୍ପାନୀର ଆଲୁମିନା ରିଫାଇନାରୀ ଓ କାପଟିଭ ପାୱାର ପ୍ଲାଣ୍ଟର ସଂପ୍ରସାର ପାଇଁ ଏପରି ପରିବେଶ ମଞ୍ଜୁରୀ ମିଳିଥିଲା।

ଏହାର ଶୁଣାଣି କରି ଏନଜିଟି ମେ’ ୨ରେ କହିଛନ୍ତି ଯେ ଏହି ମାମଲାରେ ବେଆଇନ ସଂପ୍ରସାରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ପ୍ରଦୂଷଣକାରୀଙ୍କୁ ଜୋରିମାନା ସ୍ୱରୂପ ୨୫ କୋଟି ଟଙ୍କା ଦେବାକୁ ପଡ଼ିବ। କମ୍ପାନୀ ଗୋଟିଏ ମାସ ମଧ୍ୟରେ ଧାର୍ଯ୍ୟ ଜୋରିମାନା ରାଜ୍ୟ ପ୍ରଦୂଷଣ ବୋର୍ଡ ନିକଟରେ ଦାଖଲ କରିବ। ପରିବେଶ ପ୍ରଦୂଷଣ ଜନିତ କ୍ଷତିକୁ ଭରଣ କରିବାକୁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଏନଜିଟି କହିଛନ୍ତି ।

କମ୍ପାନୀ ତା’ ପକ୍ଷ ରଖି କହିଛି ଯେ, ମୋଟ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଓ ପରିବେଶର ସୁରକ୍ଷା ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଇଛି। ପ୍ରକଳ୍ପ ପାଇଁ ସମସ୍ତ ପ୍ରକାରର ପ୍ରଚଳିତ ନିୟମର ଅନୁପାଳନ ମଧ୍ୟ କରାଯାଇଛି। ତେବେ ଗ୍ରୀନ କୋର୍ଟ ଆଶିଂକ ସଂପ୍ରସାରଣ ପାଇଁ କମ୍ପାନୀ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଗୁଆ ମଞ୍ଜୁରୀ ନେଇ ନଥିବା କଥା କହିଛନ୍ତି।

ଏହି ଘଟଣାର ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଲା ତେଲ ନଦୀରୁ ଜଳ ଉଠାଣ। ଅବଶ୍ୟ କମ୍ପାନୀ ଜଳ ଉଠାଣ କରୁଥିବାରୁ ଏହାର ପ୍ରଭାବ ନଦୀର ଜୋଳସ୍ରୋତ ଉପରେ ପଡ଼ୁନାହିଁ। ହେଲେ ନଦୀରୁ ଜଳ ଉଠାଣ ପାଇଁ ପାୱାର ପ୍ଲାଣ୍ଟ କିମ୍ବା ଅନ୍ୟ ସଂସ୍ଥାକୁ କେବେ ହେଲେ ସ୍ଥିର କିମ୍ବା ନିଃସର୍ତ୍ତ ଭାବେ ସାରା ଜୀବନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ନଦୀ ଉପରେ ଜଳ ଉଠାଣର ପ୍ରଭାବ କ’ଣ ପଡ଼ୁଛି, ତା’କୁ ସମୟ ଅନୁସାରେ ଯାଞ୍ଚ କରାଯିବା ସହ ମୁକାବିଲା କରିବା ଉଚିତ ବୋଲି ଏନଜିଟି କହିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଟ୍ରିବ୍ୟୁନାଲ ଗୋଟିଏ କମିଟି ଗଠନ କରିଛନ୍ତି। ଏହି କମିଟିରେ ଓଡ଼ିଶା ଜଳ ସେଚନ ବିଭାଗର ସଚିବ, କେନ୍ଦ୍ରୀୟ ଜଳ କମିଶନ, ରାଜ୍ୟ ପ୍ରଦୂଷଣ ବୋର୍ଡ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓ ସିପିସିବିର ସଦସ୍ୟ ରହିବେ। କମିଟି ପରିବେଶ ଉପରେ ପ୍ରଭାବର ଯାଞ୍ଚ କରି ୩ ମାସ ମଧ୍ୟରେ ଅତରିକ୍ତ ସର୍ତ୍ତ ଲାଗୁ କରିବାକୁ ରିପୋର୍ଟ ଦେବେ।

ଵିଦ୍ୟାଧର ସାହୁଙ୍କ(ସଂଗୃହିତ)ରିପୋର୍ଟ….

Related posts

ନୂଆପଡା ଜିଲ୍ଲା ରେ ଛଟେଇ ହୋଇଥିବା 135 ଜଣ ଏଆଇଇ ସ୍ବେଚ୍ଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କଥା ବିଧାନ ସଭା ରେ ଉଠାଇଲେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାରା ବାହିନୀ ପତି

Sunil Chandra Nayak

ଇଡକୋ ପରିଚାଳନା ନିର୍ଦ୍ଦେଶକଙ୍କ ରାଉରକେଲା ଗସ୍ତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହୃଦୟର ଜଣାଣ

Sunil Chandra Nayak

Leave a Comment

error: Content is protected !!