ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେତେବେଳେ ହନୁମାନ ତୁଳସୀ ଦାସଙ୍କ ସମ୍ମୁଖରେ ପ୍ରକଟ ହେଲେ

କେତେବେଳେ ହନୁମାନ ତୁଳସୀ ଦାସଙ୍କ ସମ୍ମୁଖରେ ପ୍ରକଟ ହେଲେ

    ଶ୍ରୀରାମଚରିତ ମାନସ ଲେଖିବା ପରେ ତୁଳସୀଦାସ ଲେଖିଲେ-

    ସିୟାରାମ ମୟ ଜଗ ଜାନୀ ;

    କରହୁ ପ୍ରଣାମ ଜୋରୀ ଜୁଗ ପାନୀ !

          ଅର୍ଥାତ୍ ସମସ୍ତଙ୍କ ଠାରେ ରାମ ଅଛନ୍ତି ଏବଂ ଆମେ ସେମାନଙ୍କୁ ହାତଯୋଡି ପ୍ରଣାମ କରିବା ଉଚିତ । 

     ଏହା ଲେଖି ସାରିବା ପରେ ତୁଳସୀ ଦାସ ଯେତେବେଳେ ନିଜ ଗ୍ରାମ ଉତ୍ତରପ୍ରଦେଶର ରାଜାପୁର ଆଡକୁ ଯାଉଥିଲେ- ସେହି ସମୟରେ ଜଣେ ବାଳକ ତାଙ୍କୁ କହିଲେ ମହାତ୍ମାଜୀ ସେପଟେ ଯାଆନ୍ତୁ ନାହିଁ । ବଳଦ ରାଗିକରି ରହିଛି । ତୁଳସୀ ଦାସ ବିଚାର କଲେ ଏଇ ଛୋଟିଆ ବାଳକ ମୋତେ ଉପଦେଶ ଦେଉଛି । ଏବେତ ଲେଖିଥିଲି ସବୁଠାରେ ରାମ ଅଛନ୍ତି । ମୁଁ ଏହି ବଳଦକୁ ପ୍ରଣାମ କରି ଚାଲିଯିବି । ଯେତେବେଳେ ତୁଳସୀ ଦାସ ଆଗକୁ ବଢିଲେ ବଳଦ ତାଙ୍କୁ ଆଘାତ କଲା ଏବଂ ସେ ତଳେ ପଡିଗଲେ । କୌଣସି ଉପାୟରେ ଶୀଘ୍ର ଶୀଘ୍ର ଫେରିଆସିଲେ, ଯେଉଁଠାରେ ଶ୍ରୀରାମଚରିତ ମାନସ ଲେଖୁଥିଲେ । ସେହି ଲେଖାକୁ ଧରି ଚିରିବାକୁ ଉଦ୍ଯତ ହେବା ସମୟରେ ଶ୍ରୀହନୁମାନଜୀ ପ୍ରକଟ ହେଲେ ଏବଂ କହିଲେ ତୁଳସୀ ଦାସଜୀ ଆପଣ ଏ କ’ଣ କରୁଛନ୍ତି । ତୁଳସୀ ଦାସ କ୍ରୋଧରେ କହିଲେ ଏହି ଲେଖା ଭୁଲ୍ ହୋଇଗଲା । 

     ହନୁମାନ ହସି ହସି କହିଲେ ଲେଖାଟି ଏକଦମ୍ ଠିକ୍ ଅଛି । ଆପଣ ବଳଦ ଭିତରେ ଭଗବାନଙ୍କୁ ଦେଖିଲେ, କିନ୍ତୁ ବାଳକ ଭିତରେ କାହିଁକି ନାହିଁ ? ବାଳକ ତ ଆପଣଙ୍କୁ ରୋକିଥିଲା, କିନ୍ତୁ ଆପଣ ମାନିଲେ ନାହିଁ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା ବୁଆ ଗୋ ରାଜନିତିର ଲୀଲା

Sunil Chandra Nayak

ଜୁନାଗଡରେ ଜମି ମାଫିଆ ସକ୍ରୀୟ , ଉତରାଧିକାରୀଙ୍କ ଅଗୋଚରରେ ଜମି ବିକ୍ରୀ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!