ନୂଆପଡା-ବିଶାକ୍ତ ସାପ କାମୁଡା ରେ ସ୍ବାମି ସ୍ତ୍ରୀ ମ୍ରୁତ,ଅଳ୍ପକେ ବର୍ତ୍ତିଲା ୧୩ ମାସ ର ଶିଶୁ । ନୂଆପଡା ମୂଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ମ୍ରୁତ ଘୋଷଣା କଲେ ଡାକ୍ତର । ମାଁ କ୍ଷୀର ଖାଇ ଅସୁସ୍ଥ ରହିଥିବା ଶିଶୁ ର ଚାଲିଛି ଚିକିତ୍ସା । ମ୍ରୁତକ ବରଗଡ ଜିଲ୍ଲା ପାଇକମାଲ ଥାନା ଝିଟକି ଗ୍ରାମର ଶଙ୍କର ପ୍ରଧାନ ଓ ଶାନ୍ତି ପ୍ରଧାନ । ସମସ୍ତେ ଗତକାଲି ରାତିରେ ଘରେ ଖଟରେ ଶୋଇଥିବା ବେଳେ ସାପ କାମୁଡିଥିଲା । ପ୍ରଥମେ ଗୁଣି ଗାରେଡି କରିବା ସହ ଅସୁସ୍ଥତା ବଢିବାରୁ ଅଧିକ ଚିକିତ୍ସା ପାଇଁ ନୂଆପଡା ମୂଖ୍ୟ ଚିକିତ୍ସାଳୟ କୁ ଆଣିଥିବା ସୁଚନା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ