ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ  

ଭବାନୀପାଟଣ। : କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣ।ସ୍ଥିତ ଏସଏନ କନଫରେନ୍ସ ହଲ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ଆଶା ଓ ଗାଁ କଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଅଧ୍ୟକ୍ଷ ଜିଲ୍ଲାପରିଷଦ କଳାହାଣ୍ଡି ଯୋଗଦେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚାଇ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ମଜବୁତ କରିଥିବା ଏବଂ କରୋନା ସମୟରେ ଘରଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହିତ ଜନ ସଚେତନତା ସୃଷ୍ଟି କରିଥିବାରୁ ଉପସ୍ଥିତ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଆହୁରି କ୍ରିୟାଶୀଳ କରିବାକୁ ଆହ୍ଵାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ , ଆବାହକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା॰ କସ୍ତୁରୀ ମିଶ୍ର ,ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ॰ ଚନ୍ଦ୍ରକାନ୍ତି ଆଚାର୍ଯ୍ୟ , ଜିଲ୍ଲା ସୂଚନା ଅଧିକାରୀ ମନୋଜ କୁମାର ବେହେରା , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ମୁଣ୍ଡ , ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଅବନୀ ରଞ୍ଜନ ମହାପାତ୍ର ଯୋଗଦେଇ କୃତିତ୍ଵ ଅର୍ଜନ କରିଥିବା ଅ।ଶ।କର୍ମୀ,ଗାଁ କଲ୍ୟାଣ ସମିତି , ସ୍ୱାସ୍ଥ୍ୟ ଉପ କେନ୍ଦ୍ର ,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପୁରସ୍କାର ବିତରଣ କରିଥିଲେ ଓ ଅତିଥିଗଣ ନିଜ ବକ୍ତବ୍ୟରେ ଆଶାକର୍ମୀ ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରବଚ୍ଛିନ୍ନ ସେବା ଯୋଗୁଁ କୋଭିଡ – ୧୯ ମହାମ।ରୀ ମୁକାବିଲା ଦିଗରେ ଆମେ ଆଶାତୀତ ସଫଳତା ଲାଭ କରିଥିଲୁ ଏବଂ ଆଗକୁ ମଧ୍ୟ ଉନ୍ନତମାନର ସେବା ଦେବା ପାଇଁ ସବୁବେଳେ ଆଶାକର୍ମୀ ସଜାଗ ରହିଛନ୍ତି ବୋଲି କହିଥିଲେ । ଗାଁ କଲ୍ୟାଣ ସମିତି ଭାବେ ଲାଞ୍ଜିଗଡ ବ୍ଲକର ଗୋବର୍ଦ୍ଧନ ଗ୍ରାମ ପଞ୍ଚାୟତକୁ ପ୍ରଥମ କୃତି ଭାବେ ପୁରସ୍କାର ପାଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରବୋଧ କୁମାର ମିଶ୍ର ଓ ହିମାଂଶୁ ଶେଖର ବାରିକ ପରିଚାଳନା କରିଥିବା ବେଳେ ଆଶା ଓ ଜିକେଏସ ସଂଯୋଜକ ମିନାକ୍ଷୀ ମହାନ୍ତି , ରିତା ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  ମ ନି ସ

 

Related posts

ବର୍ଷା ହେଲେ ବିଦ୍ୟାଳୟ ପରିଶର ହୁଏ କୁତ୍ରିମ ପୋଖରୀ

Sunil Chandra Nayak

ବାଇକ ଧକ୍କାରେ ପଥଚାରୀର ମୃତ୍ୟୁ 

Sunil Chandra Nayak

ଖୁବ୍ ଶୀଘ୍ର “ଗ୍ୟାଙ୍ଗସ୍ ଅଫ୍ ପୁରୀ” 

Sunil Chandra Nayak

Leave a Comment

error: Content is protected !!