ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ତୋ ଶରଧା ବାଲି ମଥାରେ ମାଇଲି
      ହୃଦୟ ହେଲା ପବିତ୍ର
ଅବଢ଼ା ଆହାର ପ୍ରସାଦ କରିଲି
    ମନ ଖୁସି ହେଲା ମାତ୍ର।
ବେଢ଼ା ଚାରି ପାଖ ଘୁରି ଆସି ଥରେ
   ମନ ମୋ ହେଲା ନିର୍ମଳ
ଭକ୍ତି ଭରେ ଡାକି ଜଣାଣ ଭଜନ
     ଜଗନ୍ନାଥ ମୋର ବଳ।
ବାଇଶି ପାହାଚ କହେ ବାବୁ ଶୁଦ୍ଧ
    ପାପ ଯାଉ ଆଗ ଛାଡ଼ି
ଭକ୍ତିରେ କହୁଛି ପ୍ରଭୁ ମୋର କଥା
    ମାଗୁଛି ହାତକୁ ଯୋଡ଼ି।
ସାଗର କୂଳରେ ଦର୍ଶନ କରିଲେ
   ସତେ ନାଲି ଚକ ଚକ
କାଳିଆ ହସୁଛି ଭକ୍ତ ଗଣ ମଧ୍ୟେ
   ଭକ୍ତିର ଦୃଶ୍ୟ ଆଲୋକ।
ବାନା ପରି ମୋର ମନ ଉଡ଼ି ବୁଲେ
    କେମିତି ପ୍ରଭୁଙ୍କ ଭେଟ
ସାନ୍ତ୍ଵନା ମିଳନ୍ତା ସଂସାର ମଧ୍ୟରେ
   ଖୋଲି ଦିଅ ମୁକ୍ତି ବାଟ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରା , ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା 

Sunil Chandra Nayak

ରେଳ ଯାତ୍ରାର ରିଆତି ଯୋଜନାରୁ ବାଦ ପଡିଲେ ଦେଶର ବରିଷ୍ଠ ନାଗରିକ

Sunil Chandra Nayak

ଆଇନଜିବିଙ୍କୁ ମରଣାତ୍ମକ ଆକ୍ରମଣରେ ପୋଲିସର ନିସ୍କ୍ରିୟତା ପ୍ରତିବାଦରେ କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା: ଡାକରାରେ ୬ ଟି ସଂଘ ସମର୍ଥନ

Sunil Chandra Nayak

Leave a Comment

error: Content is protected !!