ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

ଏ ଦୂବ ତୂଳସୀ ସିନ୍ଦୂର ଚନ୍ଦନ
    ମଥାକୁ ଦିଶେ ସୁନ୍ଦର
ଭାବ ଭକ୍ତି ରୂପ ଆତ୍ମାକୁ ରଖୁଛି
      ମୁକ୍ତିର ପଥ ଈଶ୍ୱର।
ପାଦୁକା ଜଳକୁ ପାନ କରି ହୁଏ
   ପାପ ସବୁ ହୁଏ କ୍ଷୟ
ଜୟ ଜଗନ୍ନାଥ କହି ଶାନ୍ତି ପାଏ
   ଶକ୍ତି ଭକ୍ତି ହୁଏ ଜୟ।
ରୂପକୁ ଦେଖିଲେ ମନରେ ଆନନ୍ଦ
     ଭାବରେ ହୁଏ ମୁଁ କଥା
ଦର୍ଶନ କରିଲେ ତୃପ୍ତି ଲାଭ କରେ
   ଛାଡ଼ି ଯାଏ ହୃଦ ବ୍ୟଥା।
ସତେକିସାଙ୍ଗରେ ମୋସାଙ୍ଗେ ଯାଉଛ
    ମୋତେ କୁହ କିଛି ପଦ
ଭୁଲ ନାହିଁ କିଛି ସବୁ ନିଅ ଶିକ୍ଷା
    ପ୍ରଭୁ ମୋ ପାଇଁ ସଂପଦ।
ଓଷା ବ୍ରତ ପାଠ ଶରୀର ପାଇଁ କି
     ସୁସ୍ଥ ସ୍ବାସ୍ଥ୍ୟ ଭକ୍ତି ଭାବ
ପାଳନ କରିଲେ ନୀତି ନିୟମରେ
    ପ୍ରଭୁ ମୋ ପାଇଁ ଗୈାରବ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସାମାଜିକ ଗଣ ମାଧ୍ୟମ ରେ ଆଦିବାସୀ ଙ୍କ ପ୍ରତି କଟୁ ମନ୍ତବ୍ୟ କୁ ନିନ୍ଦା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବଡ଼ଭାଇଙ୍କ ଡାକରା

ଉମାକାନ୍ତ ଦାସ ଙ୍କ କବିତା ପୁତ୍ର

Leave a Comment

error: Content is protected !!