ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ କୁମାର ମିଶ୍ର ଙ୍କ କବିତା ସ୍ବାଭିମାନ

 ସ୍ବାଭିମାନ 

ପିଲାବେଳୁ ମୁହିଁ 
ଭାରି ଅଭିମାନୀ
ଜେଜେ ମାଆ କହେ
 ଅଭିମାନିଆଁ ।
ଲବଣ ସମ ମୋ
ସ୍ବାଭିମାନ ଭରା
ବୋଉ କହେ ଅତି
ସ୍ବାଭିମାନୀଆଁ ।।
ଜେଜେଙ୍କ କଟାକ୍ଷ
ଆରେ ଘୋଡ଼ା ମୁହାଁ
ତୁ ଭାରି ହେଉଛୁ
ଅମାନିଆଁ କିଆଁ ।
ବାପା କହୁଥିଲେ
ନଜର ପଡ଼ିଲେ
କାହିଁକି ହେଉ ତୁ
ଉପର ମୁହାଁ ।।
ସାଙ୍ଗ ସାଥିଙ୍କର
ଅସହିଷ୍ଣୁ ଥିଲି 
ଅଯଥାରେ ଲାଗେ 
କଳିକଜିଆ ।
ଗୁରୁଜୀ ଦେଖିଲେ
ଆଦର କରନ୍ତି
କହନ୍ତି ଆମର
ରଖିବ ନାଆଁ ।।
ଦେଲି ପଢ଼ା ସାରି
କରିଲି ଚାକିରି 
ଅଫିସର କୁହେ
କାମିକା ଛୁଆ ।
ଛାଡି ଅଭିମାନ
ରଖେ ସ୍ବାଭିମାନ
ଦୋଷ ଦେଖିଲେ ମୋ
ଦେହରେ ନିଆଁ ।।
ଯୋଷାର ଗଳାରେ
ମାଳା ପିନ୍ଧାଇଲି ,
ଅଭିମାନ ହେଲା
ମୋ ପାଣିଚିଆ ।
ସ୍ବାଭିମାନକୁ ମୋ
ବିକି ଦେଲି ସବୁ
କିଣିନେଲା ତାକୁ
ମାଇକିନିଆ ।।
ପୁରୁଷ ହୋଇ ମୁଁ
ଅଣପୁରୁଷା ଟା,
ଅଲଣା ଜୀବନେ
ଚାଖେ ଦୁନିଆଁ ।
ନାହିଁ ଅଭିମାନ
ନାହିଁ ସ୍ବାଭିମାନ
ସଭିଙ୍କ ଆଗରେ
ହୀନିମାନିଆଁ ।।
ଏ ଜୀବନ ମୋର
ନରକ ସମାନ ,
ପରିବାରରେ ମୁଁ
ଅଣ‌ ଆଡିଆ ।
ନଥାଏ ସମ୍ମାନ
କୁକୁର ଠୁଁ ହୀନ
ସ୍ବାଭିମାନରେ ମୋ
ଲାଗିଛି ନିଆଁ ।।
କୁହୁଡି ମୟ ମୋ
ସଂସାରଟା ଏବେ
ଯୁଆଡ଼େ ଚାହିଁଲେ
ସିଆଡେ ଧୂଆଁ ।।
ଅଭିମାନ ମୋର
ହା ହୁତାଶନ,
ସ୍ବାଭିମାନ ମୋ’ର
କୁହୁଳା ନିଆଁ ।।

ପ୍ରକାଶ କୁମାର ମିଶ୍ର 

Related posts

କଳାହାଣ୍ଡି ଜ଼ିଲ୍ଲା କଳାକାର ସଙ୍ଘ ତରଫରୁ ଡବ୍ଲୁ ଓ ଡି ସି ଅଧ୍ୟକ୍ଷ ଓ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ପୋଷାକ ଶୃଙ୍ଖଳା

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଚାଲିଗଲ ଛାଡି……..

Leave a Comment

error: Content is protected !!