ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ କୁମାର ମିଶ୍ର ଙ୍କ କବିତା ସ୍ବାଭିମାନ

 ସ୍ବାଭିମାନ 

ପିଲାବେଳୁ ମୁହିଁ 
ଭାରି ଅଭିମାନୀ
ଜେଜେ ମାଆ କହେ
 ଅଭିମାନିଆଁ ।
ଲବଣ ସମ ମୋ
ସ୍ବାଭିମାନ ଭରା
ବୋଉ କହେ ଅତି
ସ୍ବାଭିମାନୀଆଁ ।।
ଜେଜେଙ୍କ କଟାକ୍ଷ
ଆରେ ଘୋଡ଼ା ମୁହାଁ
ତୁ ଭାରି ହେଉଛୁ
ଅମାନିଆଁ କିଆଁ ।
ବାପା କହୁଥିଲେ
ନଜର ପଡ଼ିଲେ
କାହିଁକି ହେଉ ତୁ
ଉପର ମୁହାଁ ।।
ସାଙ୍ଗ ସାଥିଙ୍କର
ଅସହିଷ୍ଣୁ ଥିଲି 
ଅଯଥାରେ ଲାଗେ 
କଳିକଜିଆ ।
ଗୁରୁଜୀ ଦେଖିଲେ
ଆଦର କରନ୍ତି
କହନ୍ତି ଆମର
ରଖିବ ନାଆଁ ।।
ଦେଲି ପଢ଼ା ସାରି
କରିଲି ଚାକିରି 
ଅଫିସର କୁହେ
କାମିକା ଛୁଆ ।
ଛାଡି ଅଭିମାନ
ରଖେ ସ୍ବାଭିମାନ
ଦୋଷ ଦେଖିଲେ ମୋ
ଦେହରେ ନିଆଁ ।।
ଯୋଷାର ଗଳାରେ
ମାଳା ପିନ୍ଧାଇଲି ,
ଅଭିମାନ ହେଲା
ମୋ ପାଣିଚିଆ ।
ସ୍ବାଭିମାନକୁ ମୋ
ବିକି ଦେଲି ସବୁ
କିଣିନେଲା ତାକୁ
ମାଇକିନିଆ ।।
ପୁରୁଷ ହୋଇ ମୁଁ
ଅଣପୁରୁଷା ଟା,
ଅଲଣା ଜୀବନେ
ଚାଖେ ଦୁନିଆଁ ।
ନାହିଁ ଅଭିମାନ
ନାହିଁ ସ୍ବାଭିମାନ
ସଭିଙ୍କ ଆଗରେ
ହୀନିମାନିଆଁ ।।
ଏ ଜୀବନ ମୋର
ନରକ ସମାନ ,
ପରିବାରରେ ମୁଁ
ଅଣ‌ ଆଡିଆ ।
ନଥାଏ ସମ୍ମାନ
କୁକୁର ଠୁଁ ହୀନ
ସ୍ବାଭିମାନରେ ମୋ
ଲାଗିଛି ନିଆଁ ।।
କୁହୁଡି ମୟ ମୋ
ସଂସାରଟା ଏବେ
ଯୁଆଡ଼େ ଚାହିଁଲେ
ସିଆଡେ ଧୂଆଁ ।।
ଅଭିମାନ ମୋର
ହା ହୁତାଶନ,
ସ୍ବାଭିମାନ ମୋ’ର
କୁହୁଳା ନିଆଁ ।।

ପ୍ରକାଶ କୁମାର ମିଶ୍ର 

Related posts

ବାପା ଛେଉଣ୍ଡ ହେଇଗଲେ କୁନି କୁନି ଝିଅ ଚାରୋଟି 

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ସର୍ବସଂହା ମାଆ

ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଙ୍କ ଗିରଫ ଦାବି କଲା ବିଜେପି 

Sunil Chandra Nayak

Leave a Comment

error: Content is protected !!