ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା ମେଘ

   ମେଘ

ପ୍ରତିମା ଶତପଥି

ଆଷାଢ଼ ଶ୍ରାବଣ ଦୁଇ ମାସରେ
ମେଘ ବରଷଇ ଧରା ପୃଷ୍ଠରେ.
ଗ୍ରୀଷ୍ମ ତାପରେ. ଯେ ଉତ୍ତପ୍ତ ମହୀ
ମେଘ ପରସରେ ଶାନ୍ତି ଲଭଇ.
ନୀରସ ତରୁରେ ସଞ୍ଚରେ ପ୍ରାଣ
ଚାତକ ପକ୍ଷୀର ଆନନ୍ଦ ମନ.
ଚାହିଁ ରହିଥିଲା ଅନେକ ଦିନୁ
ତୃଷାରେ ଆତୁର ଥିଲା ତା ତନୁ.
ମେଘ ବରଷିଲେ ଚାଷୀ ଟି ଖୁସି
ଫସଲ ତାହାର ଉଠିବ ହସି.
ଆକାଶରେ କଳା ମେଘକୁ ଦେଖି
କେକୀ ନାଚଇ ତା ପୁଚ୍ଛକୁ ଟେକି.
ସାରୁ ବୁଦା ମୂଳେ ବେଙ୍ଗୁଲୀ ରାଣୀ
ଖୁସିରେ ଛାଡଇ ରାଗ ରାଗିଣୀ.
ମେଘ ବରଷାରେ ପାଣିର ଧାର 
ଓଳିରୁ ପଡେ ଟପର ଟପର.
ସେଇ ପାଣିରେ ପିଲାମାନେ ଯାଇଁ
କାଗଜ ଡ଼ଙ୍ଗା ଦିଅନ୍ତି ଭସାଇ.
ମେଘ ବରଷିଲେ ନଦୀ ନାଳରେ
ପାଣି ପୁରିଯାଏ ଖାଲ ଖମାରେ.
ମେଘ ଯେ କରଇ ଜନ କଲ୍ୟାଣ
ଜଳ ଅଟଇ ସବୁରି ଜୀବନ.

ଜିଲ୍ଲା,,ଯାଜପୁର

Related posts

ଓଡିଆ ପତ୍ରିକା ରାଷ୍ଟ୍ରଦୀପ ର ପାଠକ ସମ୍ମିଳନୀ

Sunil Chandra Nayak

ପୋଲିସ ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦେବା ପରେ ବିଳମ୍ବିତ ରାତିରେ ହଟିଲା ରାସ୍ତା ଅବରୋଧ

ନଦୀରେ ଫସି ଥିବା ଚାରି ଡ଼୍ରାଇଭରଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ 

Sunil Chandra Nayak

Leave a Comment

error: Content is protected !!