ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ଜୟ ଜଗଦମ୍ବେ ମା’ 

ଜୟ ଜଗଦମ୍ବେ ମା’ 

  

   ପ୍ରତାପ କିଶୋର ରାଉତ

 
       ଜୟ ଜୟ ଜଗଦମ୍ବେ ମା’
      ତ୍ରିତାପ ହାରିଣୀ ଦୁର୍ଗେ ମା’
 ଭବ ଭୟ ନିବାରିଣୀ
                   ଅମ୍ବିକା ଦେବୀ ଶିବାନୀ
        ଅଗ୍ନି ସମ୍ଭୁତା ଭବାନୀ ମା’ ।
    ଜୟ ଜୟ ଜଗଦମ୍ବେ—–।0।
ଦୁର୍ଗତି କାଳରେ ମାଗୋ ଆସି ଅବତରୀ
ଧର୍ମ ସଂସ୍ଥାପନ କଲ ନାଶି ଦୁରାଚାରି (୨)
   ଭକତ ମୁଖରେ ହସ
                  ଭରିଲ ହୃଦେ ସାହସ
     ଏମିତି କରୁଣା ତୋର ମା’ ।
  ଜୟ ଜୟ ଜଗଦମ୍ବେ——।୧।
ଆଦ୍ୟାଶକ୍ତି ମାହେଶ୍ୱରୀ ପରମ ବୈଷ୍ଣବୀ
ସୃଷ୍ଟିର ସଙ୍କଟ କାଳେ ଆସମା’ ଭୈରବୀ (୨)
      ପ୍ରକୃତି ରଚେ ତାଣ୍ଡବ
                    ଶୁଭେ କରାଳ ଶବଦ
           ତ୍ରାହିକର ଜଗତକୁ ମା ‘ ।
        ଜୟ ଜୟ ଜଗଦମ୍ବେ ମା’
       

ତେନ୍ତୁଳିପଦୀ ,ହାଟଡ଼ିହି ,କେନ୍ଦୁଝର

   

Related posts

ଚାଷ କାର୍ଯ୍ୟରୁ ବିମୁଖ ଯୁଵପିଢୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଉଚ୍ଚ ଶିକ୍ଷିତ ସଫଳ ଯୁବ ଧାନ ଚାଷୀ ସୁଜନ ବାବୁ ‌

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ କବିତା ଅକୁହା କଥା

Sunil Chandra Nayak

Leave a Comment

error: Content is protected !!