ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ଜୟ ଜଗଦମ୍ବେ ମା’ 

ଜୟ ଜଗଦମ୍ବେ ମା’ 

  

   ପ୍ରତାପ କିଶୋର ରାଉତ

 
       ଜୟ ଜୟ ଜଗଦମ୍ବେ ମା’
      ତ୍ରିତାପ ହାରିଣୀ ଦୁର୍ଗେ ମା’
 ଭବ ଭୟ ନିବାରିଣୀ
                   ଅମ୍ବିକା ଦେବୀ ଶିବାନୀ
        ଅଗ୍ନି ସମ୍ଭୁତା ଭବାନୀ ମା’ ।
    ଜୟ ଜୟ ଜଗଦମ୍ବେ—–।0।
ଦୁର୍ଗତି କାଳରେ ମାଗୋ ଆସି ଅବତରୀ
ଧର୍ମ ସଂସ୍ଥାପନ କଲ ନାଶି ଦୁରାଚାରି (୨)
   ଭକତ ମୁଖରେ ହସ
                  ଭରିଲ ହୃଦେ ସାହସ
     ଏମିତି କରୁଣା ତୋର ମା’ ।
  ଜୟ ଜୟ ଜଗଦମ୍ବେ——।୧।
ଆଦ୍ୟାଶକ୍ତି ମାହେଶ୍ୱରୀ ପରମ ବୈଷ୍ଣବୀ
ସୃଷ୍ଟିର ସଙ୍କଟ କାଳେ ଆସମା’ ଭୈରବୀ (୨)
      ପ୍ରକୃତି ରଚେ ତାଣ୍ଡବ
                    ଶୁଭେ କରାଳ ଶବଦ
           ତ୍ରାହିକର ଜଗତକୁ ମା ‘ ।
        ଜୟ ଜୟ ଜଗଦମ୍ବେ ମା’
       

ତେନ୍ତୁଳିପଦୀ ,ହାଟଡ଼ିହି ,କେନ୍ଦୁଝର

   

Related posts

ଖୁଚୁରା ବ୍ୟବସାୟ ର ପ୍ରତ୍ୟକ୍ଷ ଅନୁଭବ ପାଇଁ ସ୍ମାର୍ଟ ଷ୍ଟୋର ରେ ଛାତ୍ର ଛାତ୍ରୀ

Sunil Chandra Nayak

ବେକରେ ଦାଉଡ଼ିଦେଇ ଯୁବକର ଆତ୍ମହତ୍ୟା

Sunil Chandra Nayak

ଦେଶରେ ଅନ୍‌ଲାଇନ୍‌ ଶିକ୍ଷା ଚାହିଦା ବଢ଼ୁଛି..୨୦୨୨ରେ ୧୭୦% ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି

Sunil Chandra Nayak

Leave a Comment

error: Content is protected !!