ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଇଣ୍ଟର ଡେନମିନେସନ ପାଷ୍ଟରସ ଆସୋସିଏସନ ( ନିପା )ର ୧୯ତମ ବାର୍ଷିକ ଉତ୍ସବ ପାଳିତ

 ନବରଙ୍ଗପୁର —(ମନିସ) ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଆର, କେ, କଲୋନୀ ସ୍ଥିତ ବିବିଲିକାଲ ବାପଟିଷ୍ଟ ଚର୍ଚ୍ଚ ରେ ଆଜି ନିପାର ୧୯ତମ ବାର୍ଷିକ ଉତ୍ସବ ମହା ଆଡମ୍ବରେ ପାଳିତ ହୋଇଯାଇଛି l ମୂଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ପାଳକ ମାନଙ୍କର ଏକତା ସମ୍ବନ୍ଧରେ ବର୍ଣ୍ଣନା କରି ଉତ୍ସାହିତ କରି କହିଥିଲେ,ପାଳକ ମାନେ ଏକ ମନା ହୁଅ। ସମାଜର ମଙ୍ଗଳ କାର୍ଯ୍ୟରେ ଆଗେଇ ଚାଲ,ବିପଦ ସମୟର ପରଷ୍ପର ମଧ୍ୟରେ ଆଦାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ l ମୂଖ୍ୟବକ୍ତା ଭାବରେ କୋଭାନାଣ୍ଟ ମିନିଷ୍ଟ୍ରିର ସଭାପତି ରେଭ ଡ଼ଃ ଡେଭିଡ଼ ରୟ ବିଶାଖାପାଟଣାରୁ ଆସି ଯୋଗଦେଇ ପ୍ରଭୁ ଯୀଶୁଙ୍କର ଅମୃତ ବାଣୀ ପ୍ରଚାର କରିଥିଲେ l ରେଭ୍ ଡ଼ଃ ପ୍ରମୋଦ କୁମାର ନାଗ ‘ନିପା’ ର ପ୍ରତିଷ୍ଠାତା ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ରେଭ୍ ଡ଼ଃ ଶାମୁଏଲ ଲିମା ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ କିଛି ଅଂଶ ପଠନ କରିଥିଲେ l’ନିପା’ ର ସଭାପତି ପ୍ରଦୀପ କୁମାର ନନ୍ଦ ମହତ ଉଦେଶ୍ୟ ଓ କାର୍ଯ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ରେଭ୍ ଗାବ୍ରିଏଲ ସେନାପତି ମୂଖ୍ୟ ବକ୍ତାଙ୍କର ଭାଷାନ୍ତର କରିଥିଲେ l ରେଭ୍ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l ମଞ୍ଚ ପରିଚାଳନା କରିଥିଲେ ରେଭ୍ ଡ଼ଃ ତେଜବିନ ନାୟକ ପ୍ରୋଗ୍ରାମ ସମ୍ପାଦକ ସୁଚାରୁ ଭାବେ ପରିଚାଳନା କରିଥିଲେ l ଏହି ଉତ୍ସବରେ ରେଭ୍ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ୍ ଏନ, କେ, ଖୋସଲା ଉପସଭାପତି, ରେଭ୍ ଡ଼ଃ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ, ରେଭ ଗାବ୍ରିଏଲ ସେନାପତି ଯୁଗ୍ମ ସମ୍ପାଦକ, ରେଭ୍ ଶାମୁଏଲ ଲିମା କୋଷାଧକ୍ଷ, ରେଭ୍ ଡ଼ଃ ତେଜେବିନ ନାୟକ ପ୍ରୋଗ୍ରାମ ସମ୍ପାଦକ, ରେଭ୍ ସଂଜୀବ କୁମାର ମନବୋଧ, ରେଭ୍ ଦିବାକର ଚେଟି ମିଶନ ଓ ଏଭାନଞ୍ଜଲିକାଲ ସମ୍ପାଦକ, ରେଭ୍ ସୁବାଷ ଚନ୍ଦ୍ର ରନ୍ଧାରୀ ଲିଟ୍ରେଚର ସମ୍ପାଦକ, ରେଭ୍ ସରୋଜ କୁମାର କର୍କରା ପବ୍ଲିକ ଓ ରିଲେସନ ସମ୍ପାଦକ, ରେଭ୍ ଫାଦେର ତେଜମୟ ଦଣ୍ଡିଆ ରିଲିଫ ସମ୍ପାଦକ, ରେଭ୍ ବାବୁଲା ପରିଚ୍ଛା ଯୁବ ସମ୍ପାଦକ, ରେଭ୍ ସୁଜିତ କୁମାର ବାଘ ସୋସିଆଲ କନସର୍ନ ସମ୍ପାଦକ,ବରିଷ୍ଠ ପାଳକ ରେଭ୍ ଡ଼ଃ ଦାନିଏଲ ସେନାପତି, ରେଭ୍ ବିରାଜ ମୋହନ କନ୍ଦପାନ, ରେଭ୍ ବିଜୟ ସୁନ୍ଦର ମଣି ସହ ପ୍ରାୟ ୧୦ଟି ବ୍ଲକ୍ ରୁ ଶତାଧିକ ପାଳକ ଉପସ୍ଥିତ ଥିଲେ lନବରଙ୍ଗପୁରରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ବିଶ୍ବସ୍ତରୀୟ ଜାତୀୟ ମହାମିଳନରେ ବାରିପଦା

Sunil Chandra Nayak

ଓଡ଼ିଶା କୃଷକ ସଭା ର ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ

Sunil Chandra Nayak

ରାଇରଙ୍ଗପୁର ବିଦ୍ୟୁତ୍ ଡିଭିଜନ ର ମିଟର ରିଡର ମାନଙ୍କର ପାୱାର ଏମ୍ପ୍ଲୟୀଜ ୟୁନିଅନ୍ ରେ ମିଶ୍ରଣ।

Sunil Chandra Nayak

Leave a Comment

error: Content is protected !!