ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଲୁନା ଚାହିଁଥିଲା ବାଟକୁ

ଲୁନା ଚାହିଁଥିଲା ବାଟକୁ

  ଜ୍ୟୋତ୍ସ୍ନା ରାଣୀ ଦେବୀ

 

ଅଜା ଯାଇଥିଲେ ହାଟକୁ 

     ଲୁନା ଚାହିଁଥିଲା ବାଟକୁ

ଅଜା ଆଣିଦେଲେ ପିଆଜି ପକୁଡି

     ଖାଇଦେଇ ଯିବ ମଠକୁ ।

 

ଆଈ ସାଥେସାଥେ ଆଗରେ

    ଚାଲୁଥିଲା ବଡ଼ ବାଗରେ

ହାତକୁ ହଲାଇ ବାହା ଦୋହଲାଇ

     ତା’ ସହ ତାହାର ସାଙ୍ଗରେ ।

 

ହେଉଥିଲେ ଦୁହେଁ ଚଗଲା

   ଦେଖିଲେ ଯାଉଛି ପାଗଳା

ଟେକା ଛାଡିଦେଲେ ,ଆଈ ଡାକଦେଲେ

   କି କରୁଛ ଆରେ ବଗୁଲା ।

 

ପାଗଳା ଆସିଲା ଗୋଡେଇ

    ଲୁନାକୁ ନେଲା ତ ଛଡେଇ

ଧାଇଁଲେ ପଛରେ ଯେ ଯାହା ଇଛାରେ

  ଆଈ ଗଲେ ହଡ଼ବଡେଇ ।

   

କି କରିବି ବୋଲି ଭାଳିରେ

     କାନ୍ଦିଲେ ମୋ ଗଳାମାଳିରେ

ହାତ ଯୋଡିଦେଲେ ପାଗଳା ଆଗରେ

       ଦେଇଦେଏ ସୁନାଥାଳିରେ ।

 

ହସୁଥିଲା ସେଠି ପାଗଳ 

      ଦେଖିଲା ଆଈର ବିକଳ

ଫିଙ୍ଗିଲା ଲୁନାକୁ ଆଈ ଉପରକୁ

       ଦେଖୁଥିଲେ ଲୋକ ସକଳ ।

 

କହିଲେ ଏଡିକି ବାତରା

   ଟୋକାଟା ହବ କି ଛତରା ?

ବେଳହୁଁ ଏହାକୁ ନ ଆକଟିଲେ

   କାନ୍ଦୁଥିବ ହୋଇ କୋତରା ।

 

ମଠ ବୁଲିବାଟା ନୋହିଲା

     ଆଈ କାନ୍ଦିକାନ୍ଦି କହିଲା

ଭଲବାଟେ ଗଲେ ମଣିଷ ହୋଇବୁ

   ଏ କଥା କି ମନେ ରହିଲା ?

 

ବିନୟୀ ହୋଇଲେ ମହୀରେ

    ସବୁ ଦୁଃଖ ଯିବୁ ସହିରେ

ହଟିଯିବ ଯେତେ ଝଡଝଞ୍ଜା ବାବୁ

     ଯଶ ଥିବ ତୋର ରହିରେ ।

 

ଲୁନା କାନ୍ଦୁଥିଲା ବିକଳେ

    ଭିଡି ଧରିଥିଲା ଆକୁଳେ

କହୁଥିଲା ଧୀରେ ଭଲପିଲା ହେବି

      ପଢି ପାଠ ସଂଜସକାଳେ ।

 ବ୍ରହ୍ମପୁର, ଗଂଜାମ

Related posts

ସରକାରୀ ଯୋଜନା ସାତ ସପନ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ  

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଜୁନାଗଡ଼ ଡାକ୍ତରଖାନାରେ ବ୍ଲଡ଼ ବ୍ୟାଙ୍କ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଯୁବ କଂଗ୍ରେସ ର ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!