ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାହାପୁରୁର୍‌ ସବୁ କାମ୍‌ ବନ୍‌ଏ

ମାହାପୁରୁର୍‌ ସବୁ କାମ୍‌ ବନ୍‌ଏ

 

ନିଜର୍‌ ଉପ୍‌ରେଁ ଯାହା ଘଟୁଛେ

ହଉ ଅସାର୍‌ କି ବନ୍‌ଏ

ଅସାର୍‌ କେଭେଁ ମାହାପୁରୁ ନି’କରନ୍‌

ସଁସାରେଁ ଏକା ସେ ଜନେ

ଇ କଥାଟା କେତେ ଆଏ ସତ୍‌

ମାଢ଼ୁଆ କରମ୍‌ କୁଢ଼ିଆ ସୁଖେ ଖାଏସନ୍‌ ମୁଠେ

କମିହାଁ କାଁକରି ଭୁଗ୍‌ସି ଦହସତ୍‌। ୧

 

ଗେଁଡ଼ାଗେଁଡ଼ା ଛୁଆ ଗଢ଼ି ପାରୁଛେ ଯିଏ

ସଭେ ପଛେ ଥାଉନ୍‌ ଡୁଡ଼ୁମ୍‌

ବଉଁଶ୍‌ ବଢ଼ଉ ଥିବେ କେଭେଁ ନାଇଁ ହଦ୍‌ରନ୍‌

ଅକଲ୍‌ ନି’ହୁଏ କେଭେଁ ଗୁଡ଼ୁମ୍‌

କହେବେ ସବୁ ଇଟା ମାହାପୁରୁର୍‌ ଦୟା

ଦହଲାସନ୍‌ ଛୁଏ ଶୁଷୁଥିସନ୍‌ ମାଆଁକେ

ଫେର୍‌ ଭି କହେସନ୍‌ ଲାଗୁଛେ ମଜା। ୨

 

କାହାକେ ମିଲ୍‌ସି କେଡ଼େ ଦୁଃଖେଁ ଛୁଆଟେ

ପୁଷି ପାଲି କଷ୍ଟେଁ ତାହାକେ 

ରେଂଗୋଘେଟୋ ହେଇ ଗଜାବଏସେଁ ବୁପ୍‌ରା

ଚାଲି ଯାଏସି ଦିନେ ଉପର୍‌କେ

ମାଆଁ ବୁଆର୍‌ ହୁରୁଦ୍‌କେ ଫଟେଇ

ଇଥିଁ ମାହାପୁରୁ କାଣା ବନ୍‌ଏ କଲେ ଯେ

ପାର୍‌ବ କାଏଁ ଆମକୁଁ ବୁଝେଇ। ୩

 

ଥିଲା ଘରୁଁ ଟୁକେଲ୍‌ଟେ ଗରିବ୍‌ ଘର୍‌କେ ଆଏସି

ଦେଖି ପିଲାର୍‌ ଗରମ୍‌ ଜବାନି

ଧଂଗ୍‌ରାପନ୍‌ ପାଏନ୍‌ ସୁର୍‌କୁଟି ସାଏଲେଁ

କହେସି ଫସିଗଲି ନି’ଜାନି

ଘଏତା ମାଏପୋ ଆଉ ନି’ହୁଅନ୍‌ ଗୁଟେ

ମାହାପୁରୁ ଇ ବେଲିଆ ଶୁଇଥିସନ୍‌ ସାଁପର୍‌ ପିଠିଁ 

ହଲେ ଭିର୍‌କି ହେସନ୍‌ ପଟେପଟେ। ୪

 

ଦୁଃଖ୍‌ ଦରବ୍‌ ସବୁ ମାହାପୁରୁର୍‌ ଭି ଥିଲା

କାମ୍‌ କରି ନି’ପାରିଁ ବନ୍‌ଏ କରି

ମହାଭାରତ୍‌ ଯୁଦ୍ଧର୍‌ ଅସ୍‌ଲି ମୂଖିଆ 

ଗୁଟେ କାଁଡ଼େଁ ଦେଲେ ଆଁ ଫାରି

ନିଜର୍‌ କୁଟୁମ୍‌ ନାଶ୍‌ ଗଲେ ହେଇ ଉର୍‌ଲା

ମାହାପୁରୁକେ ରଖିଆ କରିପାର୍‌ଲା କିଏ କାଏଁ

ମୁନୁଷ୍‌ ମର୍‌ଲେଁ କାହାର୍‌ ବାପର୍‌ ଗଲା। ୫

 

ଧରମ୍‌ ଧର୍‌ସାଥିଁ ଚାଲୁଥିବାର୍‌ ଲୁକେ

ସହେସନ୍‌ କେତେ ଅତିଆଚାର୍‌

ପୁର୍‌ଥୀ ମାତାକେ ଦହଲଉଥିଲେ ଯିଏ

ପାଉଥିଲେ ଅଏନ୍‌ ବେଭାର୍‌

‘ଜୋର ଯାର୍‌ ମୁଲକ୍‌ ତାର୍‌’ ଇ କଥା ଥିଲା ସତ୍‌

ତପ୍‌ସିଆର୍‌ ଚୁଟେଁ ହବ୍‌ଡ଼ାଲେଁ ବର୍‌ ଥରେ

ହଁଦ୍‌ଲେଇ କରି ଦେଉଥିଲେ ଦହସତ୍।୬

 

ଉନିଆ ଯୁଗ୍‌ ଥିଲା ପୁନର୍‌ଜନମ୍‌ ଥିଲା 

ଇ କଥାକେ ସଭେ ହେତୁ କରି

ନିଜର୍‌ ପାପ୍‌ ପୂଇନ୍‌ ହିସାବେଁ ତାର୍‌ ଫଲ୍‌

ପାଇକରି ଯାଉଥିଲେ ମରି

ହେଲେଁ ଏଭେଁ ଅଛେ କାଏଁ ସେ ସବୁ କଥା 

ଇ ଯୁଗେଁ ମୁନୁଷ୍‌ ବନ୍‌ଏ କାମ୍‌ କଲେଁ ଭିଲ୍‌

ଲୁକେ କର୍‌ସନ୍‌ ତାହାକେ ବିତ୍‌ବିତା। ୭

 

ସେଥିର୍‌ ଲାଗି ଆମେ ମାହାପୁରୁର୍‌ ମୁଡ଼େଁ

ସବୁ ଦୋଷ୍‌ ଦେମା କାଏଁ ଲଦି

ଆମର୍‌ କରମ୍‌ ହିସାବେଁ ଫଲ୍‌ ନି’ମିଲୁ ପଛେଁ

ହୁରୁଦ୍‌କେ ଯାଉ ଭେଦି

ହେଇଥାଉ ଆମର୍‌ ଲାଗି ଅସାର୍‌ କି ବନ୍‌ଏ

ଜୀବନ୍‌ ଥିବାର୍‌ ତକ୍‌ ଭୁଗି ଚାଲିଥିମା ଆମେ

ଦୁ଼ଃଖ୍‌ ନାଇଁଭୁଗି କିଏ ଅଛେ କାଏଁ ଜନେ? ୮

 

ଗଅଁଲିଆ କବି ସୁଧୀର୍‌ ପଁଡ଼ା

Related posts

ଆଠ ନମ୍ବର ୱାର୍ଡ କାଉନସିଲର ସକ୍ରିୟ , ନିଜେ ରହି ନାଳି ନର୍ଦ୍ଧମା ସଫା କରାଇଲେ

Sunil Chandra Nayak

ଆପଣଙ୍କ ନାଁରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ହୋଇଛି, ଜାଣିବେ ଆଉ ବ୍ଲକ ମଧ୍ଯ କରିପାରିବେ

Sunil Chandra Nayak

ଦକ୍ଷିଣ -ପୂର୍ବ ରେଲଓ୍ବେ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!