ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ସମୟ

               ସମୟ

 ଉମାକାନ୍ତ ଦାସ

 

ସମୟ ଅଟଇ ସବୁ କିଛି ପରା

         ଶକ୍ତିଶାଳୀ ଅଟେ ସେହି

ତା ଶକ୍ତି ଆଗରେ ଆମେ ଶକ୍ତି ହୀନ

         କର୍ମ ଆମ ହାରୁଥାଇ ।।

 

କାଳ-ମହାକାଳ ଗଣିତ-କଥିତ

          ଇତିହାସ ଅଟେ ସେହି

ଲିପିବଦ୍ଧ ପୁଣି ଅଶ୍ରୁତ ପୂର୍ବ ସେ

          ଅଧୃଷ୍ଟ ଅଟଇ ସେହି।।

 

ହୁଏନା ପୁରୁଣା ନିତ୍ୟ ପ୍ରତିଦିନ

          ନବୀକରଣ ଧରଇ

ହିଂସା-ପ୍ରତିହିଂସା ପ୍ରେମ-ପ୍ରତ୍ୟାଖ୍ୟାନ

          ବୀର- ଭୀରୁତ୍ବକୁ ନେଇ ।।

 

ସେ ଯେ ନିରପେକ୍ଷ ସତ୍ଯର ରକ୍ଷକ

         ଧର୍ମ ପ୍ରତିଷ୍ଠା କରଇ

ମୃତ୍ୟୁ ନାହିଁ ତାର ଅଜର-ଅମର

       ବାର୍ଦ୍ଧକ୍ଯ ଗ୍ରାସଇ ନାହିଁ ।।

 

ଆଜି ଏ ସମୟ ଦେଉଅଛି ଭୟ

        ଭୟ ଯେ କରିବା ନାହିଁ

ଜନ୍ମ ନେଇଛନ୍ତି ମରଣ ନିଶ୍ଚୟ

     ଭାଗ୍ଯେ ଯାହା ଲେଖା ଥାଇ ।।

 

ସମୟର ସାଥେ ସାହସକୁ ବାନ୍ଧି

       ଆତଙ୍କେ ଡ଼ରିବା ନାହିଁ 

ଏ ମହାମାରୀରେ ହୋଇବା ନି ଧନ୍ଦି

     ଅପେକ୍ଷା କର ହେ ଭାଇ ।।

 

ଆଜି ନୁହେଁ ନୂଆ ୟା ରୂପ ପୁରୁଣା

         ଯୁଗେ ଯୁଗେ ଅଛି ଏହି

ଦ୍ବାପରେ କୋକୁଆ କଳିରେ କରୋନା

         ସମୟେ ଯିବ ଦୂରେଇ ।।

           

          ଜୟମା ବିରଜା 

 

ଉମାକାନ୍ତ ଦାସ,ଲାଲବାଗ ,

ଖାନନଗର

ମଙ୍ଗଳ ପୁର,ଯାଜପୁର

Related posts

ବାଲେଶ୍ବର ସାଂସଦଙ୍କ ଦ୍ବାରା ରକ୍ତଦାନ ଶିବିର ଉଦ୍ ଘାଟନ ବୃକ୍ଷରୋପଣ ମାନପତ୍ର ପ୍ରଦାନ

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ପବିତ୍ର ରଥଯାତ୍ରା

ରାଇରଙ୍ଗପୁର ପିସିଏମ ଭଵନରେ ବିଜେପି ପଶ୍ଚିମ ମୟୂରଭଞ୍ଜ ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!