ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଦ୍ରବ ମାସର ଦ୍ଵିତୀୟା ତିଥି ଥିବାରୁ ମହିମା ଗାଦିରେ ସାଧୁ ଓ ଭକ୍ତମାନେ ନବାନ୍ନ ଭୋଜନ କଲେ

ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦି ରେ ଭାଦ୍ରବ ମାସର ଦ୍ଵିତୀୟା ତିଥି ଥିବାରୁ ସାଧୁ ଓ ଭକ୍ତ ମାନେ ନବାନ୍ନ ଭୋଜନ କରିଥିଲେ । ପ୍ରାତଃ ୩ ଘଣ୍ଟିକା ସମୟରେ ଅମୁଣିଆ ମଣ୍ଡପରେ ନୂତନ ହାଣ୍ଡିରେ ଦୈନିକ ନିତି ପରେ ଏହି ନବାନ୍ନ ଭୋଗ ଲାଗି କରାଯାଇଥିଲା । ନୂଆ ଚୂଡା ବିଭିନ୍ନ ଫଳ ଦହି, ମହୁ, ଗୋଲମରିଚ, କାଜୁ,ଗୁଡ ଓ ଘିଅ ଦ୍ଵାରା ଏହି ନବାନ୍ନ ପ୍ରସ୍ତୁତି କରାଯାଇ ଥିଲା । ସାଧୁ ଓ ଭକ୍ତ ମାନେ ନବାନ୍ନ ସାଥିରେ ମିଠା, ଛେନା, ଜିଲାପି ଓ ଆମ୍ବୁଲ ଖଟା ପ୍ରସାଦ ରୂପରେ ପାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ରୀତି ନୀତି ପୂର୍ବ ପୁରୁଷରୁ ଏଯାଏଁ ପାଳିତ ହୋଇ ଆସୁଛି । ଏହି ମହିମା ଗାଦିକୁ ଓଡିଶାର କୋଣ ଅନୁକୋଣରେ ଓ ଓଡିଶା ବାହାରୁ ପ୍ରାୟ ୧୦ ହଜାରୁ ଉର୍ଦ୍ଧ୍ଵ ସାଧୁ ଓ ଭକ୍ତମାନେ ଆସି ଥିଲେ। ସଭାପତି ବାବା ଶୁକଦେବ , ସଂପାଦକ ବାବା ନିତ୍ୟାନନ୍ଦ, ସହ ସଂପାଦକ ବାବା ଅନାମ ଚରଣ ଦାଶ ଓ ବାବା ପ୍ରସନ୍ନ କୁମାର ଦାଶ, ବାବା ମୁରଲିଧର ଦାସ, ବାବା ଶଙ୍କର୍ଶଣ ଦାସ, ବାବା ପ୍ରମୋଦ କୁମାର ଦାଶ, ବାବା ଦିନବନ୍ଧୁ ଦାଶ ଙ୍କ ଉପସ୍ଥିତରେ ଏହି ନବାନ୍ନ ଉତ୍ସବଟି ମହା ସମାରୋହରେ ପାଳିତ ହୋଇଯାଇଛି।

କାମାକ୍ଷନଗରର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା କାଶତାଣ୍ଡୀ ଫୁଲେ ଫୁଲେ ଆଶ୍ୱିନ ଆସେ

Sunil Chandra Nayak

ମାଁ ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ଉପଲକ୍ଷେ ଅନଲାଇନ କବିତା ଆସର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!