ଭଗ୍ନ କୋଣାର୍କ
ପ୍ରତାପ କିଶୋର ରାଉତ
ଲକ୍ଷେ ନିହାଣ ମୁନର ଆଘାତେ
ତୋର ପରିପାଟି ହସି ଉଠିଲା
କାଳ ର କରାଳ ଗରଭେ ବିଲୀନ
ସବୁ କଳା ତୋର ହଜି କି ଗଲା
ଜାତିର ଗୌରବ ମହିମା ଗାଇ
କ୍ଲାନ୍ତ ଅବସନ୍ନ ଭଙ୍ଗାମନ ଧରି
କାହା ପଥ ଅବା ରହିଛୁ ଚାହିଁ ।୧।
ଶପ୍ତାଶ୍ଚର୍ଯ୍ୟ ର ମହକେ ମୋହିଲୁ
ବିଶ୍ୱେ କୋଟି ମନ କେଡ଼େ ରଙ୍ଗରେ
ସ୍ଥାପତ୍ୟ ଜଗତେ ରଚିଲୁ କିରତୀ
କୋଟି ମନ ତଳେ ସ୍ୱପ୍ନ ବିଭୋରେ
ହଜାଇ ଦେଲୁ କି ଅତୀତ ଶିରୀ
ବିଚରା ଧରମା ତ୍ୟାଗ ବଳିଦାନ
ଉଣା ହେଲା କିବା ଅତୀତ ଶିରୀ ।୨।
ରମ୍ୟ କଳା ରେ କୋଟି ଜନ ମନ
କିଣି ଦେଲୁ ସତେ ଆକର୍ଷଣ ରେ
ନଗ୍ନ ନଟି ର ପ୍ରଣୟ ଫାଶ ରେ
ବାନ୍ଧିଦେଲୁ କେତେ ମନ ମୋହିରେ
କୁଆଡେ ଗଲା ସେ ହଜିଲା ଦିନ
ବ୍ୟଥା କୋହ ଧରି ନିଃସହାୟ ଭାବେ
ବିତି ଯାଉଅଛି ଆଜି ତୋ ଦିନ ।୩।
ବାରଶ ବଢ଼େଇ ପିଞ୍ଜରା ଉପରେ
ଠିଆ ହୋଇ ଦିନେ ବିଭୋର ମନେ
ଚନ୍ଦ୍ର ଭାଗା ର ଉତ୍ତାଳ ତରଙ୍ଗ
ଦେଖି ନାଚୁଥିଲୁ କେତେ ବିଜନେ
ଆଜି ସେ ଦିନ କି ଆସିବ ଫେରି
ହଜିଲା ଅତୀତ ହଜି ଗଲା ସତେ
ଲୁଚିଗଲା କିବା ଅତୀତ ଶିରୀ ।୪।
ଲକ୍ଷେ ଓଡ଼ିଆ ର ଗଉରବ ଗାଥା
ଗାଉଥିଲୁ ଦିନେ ହରଷ ଭରେ
ଆଜି ସତେ ଭଗ୍ନ ମନୋରଥ ନେଇ
ଅତୀତ ଝରାଏ ଲୁହ ଅଧିରେ
ଓଡ଼ିଆତ୍ୱ ସତେ ଗଲାକି ହଜି
କଳା ର ଗାରିମା ଲୁଚିଗଲା ସତେ
ଗୌରବ କି ସତେ ପଡିଲା ଭାଜି ।୫।
ସ୍ଥାପତ୍ୟ ଜଗତ ମଉଡମଣି ତୁ
ତୋ ମହତ୍ତ୍ଵ କେବେ ନପାରେ ମରି
ସୁଷମା ଶାଳିନୀ ମନ୍ଦ୍ର କଲ୍ଲୋଳିନୀ
ଶୋଭାଗିନୀ ଅଟୁ ତୁ ରାଜେଶ୍ୱରୀ
ଫେରିବ କେବେସେ ହଜିଲା ଦିନ
ସ୍ପର୍ଦ୍ଧିତ ସ୍ୱରରେ ବିଶ୍ୱ ଗାଉଥିବ
ଗଉରବ ଗାଥା ଶିର ଟେକିଣ ।୬।
ତେନ୍ତୁଳିପଦୀ, ହାଟଡ଼ିହି ,କେନ୍ଦୁଝର