ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଙ୍କ କବିତା ସନ୍ଧ୍ୟା

ସନ୍ଧ୍ୟା

 

ଚନ୍ଦ୍ରକଳା, ବନ୍ଧୁଗାଁ, କୋରାପୁଟ 

 

ଅସ୍ତହେଲେ ଦିନମଣୀ ଦିନ ହେଲା ଶେଷ 

ସନ୍ଧ୍ୟାରାଣୀ ହସି ଆସେ ଧରି କଳାବେଶ |

 

ଦଳଦଳ ହୋଇ ପକ୍ଷୀ ନୀଡକୁ ଗମନ୍ତି 

ଧୂଳି ଉଡାଇଣ ଗୋରୁପଲ ବାହୁଡନ୍ତି |

 

ଚାଷୀଭାଇ କାମଶେଷେ ମହାଆନନ୍ଦରେ 

ନାନା ଗୀତ ଗାଇଗାଇ ବାହୁଡଇ ଘରେ |

 

ଚଉରା ମୂଳରେ ସଞ୍ଜବତୀ ଜଳିଉଠେ 

ଖୋଳ, କରତାଳ ମନ୍ଦିରରେ ବାଜିଉଠେ |

 

ଚାହୁଁ ଚାହୁଁ ଅନ୍ଧକାର ମାଡିମାଡି ଆସେ 

ଜଳ ସ୍ଥଳ ବନ ଗିରି ଅନ୍ଧକାର ଦିଶେ |

 

ମିଞ୍ଜିମିଞ୍ଜି ଆଲୋକରେ କୋଟିକୋଟିତାର|

ଧୀରେଧୀରେ ହସିହସି ଚାନ୍ଦ ଆସେ ଧରା |

 

ଖିଲିଖିଲି ଝୁଲିଝୁଲି ନାନା ଜାତି ଫୁଲ 

ଭୂରୁଭୂରୁ ବାସନାର କିଏ ଦେବ ମୂଲ |

 

କମିକମି ଯାଇଥାଏ ଦିନର ଉତ୍ତାପ 

ବଢ଼ିବଢ଼ି ଯାଏ ଥଣ୍ଡା ଆସଇ ସନ୍ତାପ |

 

ଦିନ ଶ୍ରମ ଅନ୍ତେ ବସି ସର୍ବ ଜନ ଘରେ 

ବିଶ୍ରାମ ଲୋଡ଼ିଣ ଥାନ୍ତି ଆକୁଳ ଅନ୍ତରେ |

 

ମନ୍ଦମନ୍ଦ ସମୀର6ଣ ମୁଦ୍ରିତ ନୟନ 

ଧୀରେଧୀରେ ଶୋଇଯାନ୍ତି ନରନାରୀଗଣ |

 

Related posts

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମସୀ

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ହୃଷୀକେଶ ଜାଲି , ମୁନିଗୁଡ଼ା, ରାୟଗଡ଼ା ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!