ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଙ୍କ କବିତା ସନ୍ଧ୍ୟା

ସନ୍ଧ୍ୟା

 

ଚନ୍ଦ୍ରକଳା, ବନ୍ଧୁଗାଁ, କୋରାପୁଟ 

 

ଅସ୍ତହେଲେ ଦିନମଣୀ ଦିନ ହେଲା ଶେଷ 

ସନ୍ଧ୍ୟାରାଣୀ ହସି ଆସେ ଧରି କଳାବେଶ |

 

ଦଳଦଳ ହୋଇ ପକ୍ଷୀ ନୀଡକୁ ଗମନ୍ତି 

ଧୂଳି ଉଡାଇଣ ଗୋରୁପଲ ବାହୁଡନ୍ତି |

 

ଚାଷୀଭାଇ କାମଶେଷେ ମହାଆନନ୍ଦରେ 

ନାନା ଗୀତ ଗାଇଗାଇ ବାହୁଡଇ ଘରେ |

 

ଚଉରା ମୂଳରେ ସଞ୍ଜବତୀ ଜଳିଉଠେ 

ଖୋଳ, କରତାଳ ମନ୍ଦିରରେ ବାଜିଉଠେ |

 

ଚାହୁଁ ଚାହୁଁ ଅନ୍ଧକାର ମାଡିମାଡି ଆସେ 

ଜଳ ସ୍ଥଳ ବନ ଗିରି ଅନ୍ଧକାର ଦିଶେ |

 

ମିଞ୍ଜିମିଞ୍ଜି ଆଲୋକରେ କୋଟିକୋଟିତାର|

ଧୀରେଧୀରେ ହସିହସି ଚାନ୍ଦ ଆସେ ଧରା |

 

ଖିଲିଖିଲି ଝୁଲିଝୁଲି ନାନା ଜାତି ଫୁଲ 

ଭୂରୁଭୂରୁ ବାସନାର କିଏ ଦେବ ମୂଲ |

 

କମିକମି ଯାଇଥାଏ ଦିନର ଉତ୍ତାପ 

ବଢ଼ିବଢ଼ି ଯାଏ ଥଣ୍ଡା ଆସଇ ସନ୍ତାପ |

 

ଦିନ ଶ୍ରମ ଅନ୍ତେ ବସି ସର୍ବ ଜନ ଘରେ 

ବିଶ୍ରାମ ଲୋଡ଼ିଣ ଥାନ୍ତି ଆକୁଳ ଅନ୍ତରେ |

 

ମନ୍ଦମନ୍ଦ ସମୀର6ଣ ମୁଦ୍ରିତ ନୟନ 

ଧୀରେଧୀରେ ଶୋଇଯାନ୍ତି ନରନାରୀଗଣ |

 

Related posts

କୁଶୁର୍ଲାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

କୁପାରୀରେ ଫୁଟିଲା ବ୍ରହ୍ମକମଳ ଫୁଲ, ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ହେଉଛି ଆଲୋଚନା

Sunil Chandra Nayak

ଗଁଦିଆ ବ୍ଲକ୍ ରେ ସୁରଭି କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!