ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଶୁର୍ଲାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଶୁର୍ଲା ଠାରେ ୮ଦିନ ବ୍ୟାପୀ ଚାଲିଥିବା ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି l ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଅଧ୍ୟାପକ ଗଗନ ବିହାରୀ ମହାପାତ୍ର, ଲମ୍ବୋଦର ସାହୁକାର, ପ୍ରସନ୍ନ କୁମାର ବେହେରା, ଶିବାଜୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଶିକ୍ଷିକା ବର୍ଷା ପ୍ରିୟଦର୍ଶିନୀ ୮ଦିନ ବ୍ୟାପୀ ବାଳିକା ମାନଙ୍କୁ ତାଲିମ ପ୍ରଦାନ କରିଥିବା ବେଳେ ଏଥିରେ ୧୩୧ ଜଣ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା l ଖେଳ ଶିକ୍ଷକ ରାଜ୍ କିଶୋର ରଣା ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ରିଷିଡ଼ା ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମଧ୍ୟ ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା।

Related posts

ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ଭଜନ ସନ୍ଧ୍ୟା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ସାଂସଦ ବସନ୍ତ ପଣ୍ତା ଙ୍କ ବଡ ପଦକ୍ଷେପ , ଥୁଆମୂଳ ରାମପୁର ବ୍ଳକରେ ୫୬ ଟି ବିଏସ୍ ଏନ୍ଏଲ୍ ଟାଓ୍ବାର ନିର୍ମାଣ ନେଇ ସୂଚନା  

Sunil Chandra Nayak

ବାସନ୍ତୀ ଲତା ଜେନା ଙ୍କ କବିତା ମହାବିଷୁବ ସଂକ୍ରାନ୍ତି

Sunil Chandra Nayak

Leave a Comment

error: Content is protected !!