ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁଧିଷ୍ଠିର ମୁଦୁଲି ଙ୍କ କବିତା ସ୍ଵଭାଵ ଓ ବଚନ

ସ୍ଵଭାଵ ଓ ବଚନ

 

ଯୁଧିଷ୍ଠିର ମୁଦୁଲି

 

ମଣିଷ ଜନମ ଅଟଇ ଦୁର୍ଲ୍ଲଭ

   ଦିବ୍ୟ ଏହି ମହୀତଳେ

ସାରା ଜଗତକୁ ଆୟତ୍ତ କରିଛି

     ବୁଦ୍ଧି ଜ୍ଞାନ ମାୟା ବଳେ,

 

ପାଞ୍ଚ ମନ ଆଉ ପଚିଶି ପ୍ରକୃତି

     ସ୍ଵଭାଵ ଯେ ମଣିଷର

ଭାବର ଅଭାବେ ନଷ୍ଟ ହୋଇଥାଏ

      ସବୁକିଛି ଶିଷ୍ଟାଚାର,

 

 ମଧୁର ବଚନ ମନ ମୋହିଥାଏ

       ସମ୍ମାନ ଦିଅଇ ଜନେ

ସାରା ଜଗତରେ କୃତିତ୍ଵ ବଢ଼ାଏ

       ପ୍ରିୟଜନ ବରଦାନେ,

 

କାୟା ମନ ବାକ୍ୟ ପବିତ୍ର ହୋଇଲେ

       ସ୍ଵଭାଵ ହୁଅଇ ଭଲ

ସତ୍ୟ ବଚନରେ ବ୍ରତୀହେଲେ ସଦା

         ବୃଦ୍ଧି ହୁଏ ପୁଣ୍ୟ ବଳ,

 

କର୍ମ ଯେ କରିବା ଧର୍ମ ଆଚରିବା

    ବାଣ୍ଟିବା ଇଶ୍ୱର ବାର୍ତ୍ତା

ସ୍ୱଭାବକୁ ସଦା ଉଦାର କରିବା

   ତୋଷହେବେ ସୃଷ୍ଟିକର୍ତ୍ତା ।।

 

ଭବାନୀପାଟଣା, କଳାହାଣ୍ଡି

Related posts

ଉମାକାନ୍ତ ଦାସ ଙ୍କ କବିତା ନୀଳାଚଳ ଧାମ

Sunil Chandra Nayak

ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ଓଏଏସ ଚନ୍ଦନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!