ପାପଡାହାଣ୍ଡି,3/8, ମନିସ –— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ ତୁଳସୀପଦର ଗ୍ରାମରେ ବ୍ୟାପିଛି ଝାଡା ବାନ୍ତି | ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ 2 ଜଣ ଗୁରୁତର ହୋଇ ମେଡିକାଲ ଓ 8 ଜଣ ଗ୍ରାମରେ ଅଛନ୍ତି | ଖବର ପାଇ ଏକ ଆଠ ଜଣ ମେଡିକାଲ ଟିମ ଗ୍ରାମରେ ପହଁଚି ଚିକିତ୍ସା ଆରମ୍ଭ କରିଛନ୍ତି | ଝାଡା ବାନ୍ତିର କାରଣ ଦୂଷିତ ପାଣି କିମ୍ବା କିଛି ଅଖାଦ୍ୟ ବୋଲି ସନ୍ଦେହ କରାଯାଉଛି | ସୂଚନା ମୁତାବକ ଗତ ରବିବାର ଦିନ ଠାରୁ ଗ୍ରାମରେ ଝାଡା ବାନ୍ତି ଦେଖା ଦେଇଥିଲା | ଏଥିରେ ଆକ୍ରାନ୍ତ ରୁଆଇ ସାନ୍ତା ଙ୍କ ବୁଧବାର ମୃତ୍ୟୁ ହୋଇଥିବା ବେଳେ ସିଙ୍ଗାରି ସାନ୍ତା, ମନାରୀ ସାନ୍ତା ଙ୍କୁ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସେହିପରି ଶୁଣ୍ଡି ସାନ୍ତା, ମାଧବ ସାନ୍ତା, ରୋଏ ସାନ୍ତା, ଆନନ୍ଦ ସାନ୍ତା, ସାଧବ ସାନ୍ତା, ମିନା ସାନ୍ତା, ଗୋପି ସାନ୍ତା, ସୁନା ସାନ୍ତା ପ୍ରମୁଖ ଗ୍ରାମରେ ଚିକିତ୍ସା ଜାରିରହିଛି | ଡ଼ଃ ମୋହନ ଙ୍କ ନେତୃତ୍ୱରେ 7ଜଣ ଷ୍ଟାଫ ଗ୍ରାମରେ ପହଁଚି ଚିକିତ୍ସା ଜାରି ରଖିଛନ୍ତି | ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରାଯିବା ସହ ଗ୍ରାମ ବିଭିନ୍ନ ସ୍ଥାନରେ ବ୍ଲିଚିଙ୍ଗ ପକାଯାଇଛି | ଝାଡା ବାନ୍ତିକୁ ନେଇ ଗ୍ରାମରେ ଭୟର ବାତା ବରଣ ଦେଖା ଦେଇଛି | ଅଧିକା ପରିମାର ସଂକ୍ରମଣ ଚିନ୍ତାର କାରଣ ପାଲଟିଛି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ