ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ତୁଳସୀପଦରରେ ବ୍ୟାପିଲା ଝାଡା ବାନ୍ତି ଜଣେ ମୃତ,2 ଗୁରୁତର, 8 ଆକ୍ରାନ୍ତ ଗ୍ରାମରେ ଚାଲିଛି ଚିକିତ୍ସା 

ପାପଡାହାଣ୍ଡି,3/8, ମନିସ –— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ ତୁଳସୀପଦର ଗ୍ରାମରେ ବ୍ୟାପିଛି ଝାଡା ବାନ୍ତି | ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ 2 ଜଣ ଗୁରୁତର ହୋଇ ମେଡିକାଲ ଓ 8 ଜଣ ଗ୍ରାମରେ ଅଛନ୍ତି | ଖବର ପାଇ ଏକ ଆଠ ଜଣ ମେଡିକାଲ ଟିମ ଗ୍ରାମରେ ପହଁଚି ଚିକିତ୍ସା ଆରମ୍ଭ କରିଛନ୍ତି | ଝାଡା ବାନ୍ତିର କାରଣ ଦୂଷିତ ପାଣି କିମ୍ବା କିଛି ଅଖାଦ୍ୟ ବୋଲି ସନ୍ଦେହ କରାଯାଉଛି | ସୂଚନା ମୁତାବକ ଗତ ରବିବାର ଦିନ ଠାରୁ ଗ୍ରାମରେ ଝାଡା ବାନ୍ତି ଦେଖା ଦେଇଥିଲା | ଏଥିରେ ଆକ୍ରାନ୍ତ ରୁଆଇ ସାନ୍ତା ଙ୍କ ବୁଧବାର ମୃତ୍ୟୁ ହୋଇଥିବା ବେଳେ ସିଙ୍ଗାରି ସାନ୍ତା, ମନାରୀ ସାନ୍ତା ଙ୍କୁ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସେହିପରି ଶୁଣ୍ଡି ସାନ୍ତା, ମାଧବ ସାନ୍ତା, ରୋଏ ସାନ୍ତା, ଆନନ୍ଦ ସାନ୍ତା, ସାଧବ ସାନ୍ତା, ମିନା ସାନ୍ତା, ଗୋପି ସାନ୍ତା, ସୁନା ସାନ୍ତା ପ୍ରମୁଖ ଗ୍ରାମରେ ଚିକିତ୍ସା ଜାରିରହିଛି | ଡ଼ଃ ମୋହନ ଙ୍କ ନେତୃତ୍ୱରେ 7ଜଣ ଷ୍ଟାଫ ଗ୍ରାମରେ ପହଁଚି ଚିକିତ୍ସା ଜାରି ରଖିଛନ୍ତି | ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରାଯିବା ସହ ଗ୍ରାମ ବିଭିନ୍ନ ସ୍ଥାନରେ ବ୍ଲିଚିଙ୍ଗ ପକାଯାଇଛି | ଝାଡା ବାନ୍ତିକୁ ନେଇ ଗ୍ରାମରେ ଭୟର ବାତା ବରଣ ଦେଖା ଦେଇଛି | ଅଧିକା ପରିମାର ସଂକ୍ରମଣ ଚିନ୍ତାର କାରଣ ପାଲଟିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରୁପ୍ରା ଗ୍ରାମ ପଞ୍ଚାୟତ ଶିବିରରୁ ୩୦ ୟୁନିଟ୍ ରକ୍ତ ସଂଗୃହୀତ 

Sunil Chandra Nayak

ବିଶ୍ଵ ରକ୍ତଦାତା ଦିବସରେ ରକ୍ତଦାତା ସମ୍ମାନିତ

Sunil Chandra Nayak

ପ୍ରଧାନମନ୍ତ୍ରୀ ଟି॰ବି॰ମୁକ୍ତ ଭାରତ ଅଭିଯାନରେ ଇମ୍ଫାଦ୍ଵାରା ଯକ୍ଷ୍ମାରୋଗୀ ଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!