ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂଳାଷ୍ଟମୀ ତିଥିରେ ଜୁନାଗଡ଼ ଓ ମେଦିନୀପୁରଠାରେ ଖଣ୍ଡାବସା ପାଳିତ 

 ଓଡିଶାରେ ସନାତନ ଧର୍ମରେ ବୈଷ୍ଣବ, ଶୈବ, ବୌଦ୍ଧ, ଜୈନ ଧର୍ମ ପ୍ରଚାର ଓ ପ୍ରସାର ଯେତେ ହୋଇଛି ସେହିପରି ଶକ୍ତି ପୀଠରେ ଦେବଦେବୀ ପୂଜାର୍ଚନା ସେତିକି କରାଯାଇଛି l କଳାହାଣ୍ଡିର ଲୋକଧର୍ମ ହେଉଛି ଶକ୍ତି ଉପାସନା l ପ୍ରକୃତି ତଥା ମାତୃଶକ୍ତିର ବିଭିନ୍ନ ସ୍ୱରୂପ ଧର୍ମ ଓ ସାମାଜିକ ଜୀବନ ପ୍ରବାହକୁ ପ୍ରଭାବିତ କରୁଛି l ଓଡିଶାର କଳାହାଣ୍ଡି ଜିଲ୍ଲାରେ ରହିଛି ଏକାଧିକ ଶକ୍ତିପୀଠ l ତନ୍ମଧ୍ୟରୁ ଭବାନୀପାଟଣାର ମାଁ ମାଣିକେଶ୍ବରୀ ଓ ଜୁନାଗଡ଼ର ଲଙ୍କେଶ୍ୱରୀଙ୍କ ପୀଠ ଅନ୍ୟତମ l କଳାହାଣ୍ଡିର ସରଳ ନିରୀହ ଜନତାଙ୍କ ମନରେ ରହିଛି ମାଁ ମାଣିକେଶ୍ବରୀଙ୍କ ଓ ମାଁ ଲଙ୍କେଶ୍ୱରୀଙ୍କ ପ୍ରତି ଅଗାଧ ଭକ୍ତି ଓ ତାଙ୍କର ଆଲୋକିକ ମହିମା ଉପରେ ଅଖଣ୍ଡ ବିଶ୍ୱାସ l କଳାହାଣ୍ଡିର ଜନଜୀବନ ସହ ମାଁ ନିବିଡ ଭାବରେ ଜଡିତ l ମୂଳାଷ୍ଟମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଷୋହଳ ଦିନ ଧରି ପାଳିତ ହେଉଥିବା ଦଶହରା ପର୍ବ ମାଁ ମାଣିଙ୍କେଶ୍ୱରୀଙ୍କ ମୁଖ୍ୟ ପର୍ବ l ଏହି ଅବସରରେ ମହାନବମୀ ତିଥିରେ ପାଳିତ ହେଉଥିବା ମାଆ ମାଣିଙ୍କେଶ୍ୱରୀଙ୍କ ଛତର ଯାତ୍ରା ବିଶ୍ଵ ପ୍ରସିଦ୍ଧ l ଦଶହରା ପର୍ବର ମୂଳାଷ୍ଟମୀ ତିଥିରେ ପାଳିତ ହୋଇଥାଏ, ଜୁନାଗଡ଼ରେ ଖଣ୍ଡାବସା ଓ ମେଦିନୀପୁରରେ ଖଣ୍ଡାବସା l ଏହା ହେଉଛି ଏକ ଦୁଃସାହାସିକ କାର୍ଯ୍ୟ ଦେବାଦେବୀ ଆସୁଥିବା ବ୍ୟକ୍ତିମାନେ ଜଳନ୍ତା ନିଆଁରେ ଦୌଡ଼ି ଥାନ୍ତି, ଚାଲି ଥାନ୍ତି ହେଲେ ସେହି ବ୍ୟକ୍ତିମାନଙ୍କର କିଛି କ୍ଷତି ହୋଇ ନ ଥାଏ l ମାଁ ଙ୍କ ପ୍ରତି ଥିବା ଅତୁଟ ଭକ୍ତିଙ୍କୁ ଦ୍ୱିଗୁଣିତ କରିଥାଏ l ଏହା ପ୍ରତି ବର୍ଷ ଭଳି ଆଜି ଜୁନାଗଡ଼ଠାରେ ଓ ମେଦିନୀପୁରଠାରେ ଶହ ଶହ ହଜାର ହଜାର ଲୋକଙ୍କ ଭିଡରେ ଖଣ୍ଡାବସା ପାଳନ କରାଯାଇଛି l ଏଠାରେ ବାଜା, ଘଣ୍ଟ, ଶଙ୍ଖରେ ମହା ଆଡମ୍ବରରେ ପାଳିତ ହୋଇଛି l

 ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ଏପାଖେ ଶୁଭଇ ବେଣୁ   ସେପାଖେ ଉଚ୍ଛନ୍ନ ମାୟା

Sunil Chandra Nayak

ପ୍ରକାଶ ପରିଡ଼ା ହେଲେ ଜିଲ୍ଲା ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଂଘର ସଭାପତି

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!