ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକାଶ ରାଜ୍ଯର ନଗ୍ନ ଚିତ୍ର – ଥୁଆମୂଳ ରାମପୁର ବ୍ଳକ ମୁକ ସାକ୍ଷୀ

ଥୁଆମୂଳ ରାମପୁର:୯/୯- (ମନିସ):- ଅନ୍ଯାନ୍ଯ ସ୍ଥାନର ବିକାଶ ଅପେକ୍ଷା ଆଉ କେତେକାଂଶ ଅଞ୍ଚଳରେ ବିକାଶ କେତେଦୂର ପହଞ୍ଚି ପାରିଛି ଏହାକୁ ସମୀକ୍ଷା କଲେ ଜଣାପଡିବ। ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ଯୟ କରାଯାଇଛି। ହେଲେ ସେ ଅନୁପାତରେ ଅଞ୍ଚଳର ବିକାଶ କେତେ ହେଲା ତାହା ସମୀକ୍ଷା କଲେ ହିଁ ଜଣାପଡିବ। ଆଜିବି ଅନେକ ଦୁର୍ଗମ ଅଞ୍ଚଳ ରହିଅଛି ସେଠିକି ମୌଳିକ ସୁବିଧା ଅପହଞ୍ଚ ରହିଯାଇଛ। ଏବେ ପ୍ରଶ୍ନ ସୃଷ୍ଟି କରୁଅଛି ଅନେକ ଗାଁକୁ ରାସ୍ତା ପାନୀୟ ଜଳ, ଭଳି ସମସ୍ୟା ଲାଗିରହିଛି। ଗାଁକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଅପହଞ୍ଚ ଭାବରେ ରହିଯାଇଛି। ଲୋକେ ରୋଗୀ ଓ ମୃତ୍ୟୁ ବ୍ଯକ୍ତିକଙ୍କୁ କାନ୍ଧରେ ବୋହିବା ଘଟଣା ନିତିଦିନିଆ ଘଟଣା ଭାବରେ ରହିଆସିଛି। ଅନ୍ଯପକ୍ଷରେ କହିବାକୁ ଗଲେ ବିକାଶ ବୋଲି ଡିଣ୍ଡିମ ପିଟାଯାଉଛି ହେଲେ ଏହା କଣ ବିକାଶ। ଏପରି କି ନିଜ ଗାଁରୁ ଗ୍ରାମପଞ୍ଚାୟତ କୁ ଯିବା ପାଇଁ ସବୁଦିନିଆ ରାସ୍ତା ନଥିବା ହେତୁ ଅନ୍ଯ ରାସ୍ତା ଉପରେ ନିର୍ଭର କରି ବିପିଏଲ ଉପଭୋକ୍ତା ଙ୍କ ଜୀବନ ଅକାଳରେ ଚାଲିଯାଇଛି। ପାନୀୟ ଜଳ ଜନିତ ଝାଡାବାନ୍ତି ପ୍ରାୟତଃ ଆଗରୁ ଥିଲା ଏବେ ବି ଲାଗିରହିଛି। ଏହାର ସମାଧାନ କରା ଯାଇପାରିଲା ନାହିଁ। ଆମ୍ଭେ କହୁନାହୁଁ ବିକାଶ ରାଜ୍ଯର ନଗ୍ନ ଚିତ୍ର ଦେଖିଲେ ବୁଝିପାରିବେ। ଏଠାରେ ଗୋଟିଏ ବ୍ଳକର ଚିତ୍ର ଦିଆଯାଇଛି ଯାହାକି କଳାହାଣ୍ଡି ଜିଲ୍ଲା ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ଯୁଷିତ ଅନୁନ୍ନତ ବ୍ଳକ ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଳକ ଏହାର ପରିସୀମା ରାୟଗଡା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା କୁ ବ୍ଯାପି ରହିଛି। ୨୪ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଗଠିତ ଏହି ବ୍ଳକ। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା ଗମନାଗମନ, ପାନୀୟ ଜଳ, ଭଳି ସମସ୍ୟା ରହିଅଛି। ଆଉ କେତେ ବର୍ଷ ଲାଗିବ ଏହାର ସମାଧାନ କରିବା ପାଇଁ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଗରିବ ଲୋକେ କେତେ ଯେ ହସ୍ତସନ୍ତ ହେଉଛନ୍ତି ତାହାର କଳନା ନାହିଁ। ସ୍ବାସ୍ଥ୍ୟ ଶିକ୍ଷା, ପାନୀୟ ଜଳ ଭଳି ଅନେକ ସମସ୍ୟାରେ ଜୀବନ କାଟୁଛନ୍ତି। ଅଧିକ କାଂଶ ଲୋକେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ସେମାନଙ୍କର ସଚେତନତାର ଅଭାବର ସୁଯୋଗ ନେଇ ପ୍ରଶାସନ ଓ ଜନପ୍ରତିନିଧି ପ୍ରତାରଣା କରିଚାଲିଛନ୍ତି। ମୂଷ୍ଟିମେୟ ଲୋକଙ୍କ କବଳରେ କବଳିତ ଏହି ଅଞ୍ଚଳର ଗରିବ ଲୋକେ। ଗରିବ ଲୋକଙ୍କର ଯେତେ ଯୋଜନା ଯୋଜନ ଯୋଜନ ଦୂରକୁ ଚାଲିଯାଉଛି। ଦୁର୍ଗମ ଅଞ୍ଚଳ କୁ କେବେ ପହଞ୍ଚିବ ସେମାନଙ୍କ ପାଇଁ ମୌଳିକ ସୁବିଧା ତାହାର ଅପେକ୍ଷାରେ ଦୁର୍ଗମ ଅଞ୍ଚଳର ଜନସାଧାରଣ। ତେବେ ଏମାନଙ୍କର ସମସ୍ୟା ର ସମାଧାନ ହେବ ତୋ ଗାଁକୁ ସବୁଦିନିଆ ରାସ୍ତା ପାନୀୟ ଜଳ,ଶିକ୍ଷା ସ୍ବାସ୍ଥ୍ୟ ସୁବିଧା ସେମାନଙ୍କ ପାଖକୁ ପହଞ୍ଚି ପାରିବ ତୋ ତାହାକୁ ନେଇ ଚାହିଁ ବସିଛନ୍ତି ଗରିବ ଜନତା। ତେବେ ଦେଖିବାର ବାକି ରହିଲା ମୌଳିକ ସୁବିଧା ପହଞ୍ଚିବା ପାଇଁ ଆଉ କେତେ ବର୍ଷ ଆଗକୁ ଅପେକ୍ଷା କରିବାକୁ ପଡିବ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସସ୍ମିତେଶ ସାହୁ ଙ୍କ କବିତା ରଜ ଦୋଳି

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନୀଳାଦ୍ରି ବିଜେ କରିବ

Sunil Chandra Nayak

Leave a Comment

error: Content is protected !!