ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

ଚନ୍ଦାହାଣ୍ଡି,(ମ ନି ସ): ରାଜ୍ୟ ସାମ୍ବାଦିକ ସଂଘର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସମସ୍ତ ବ୍ଲକର କର୍ମକର୍ତ୍ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପ୍ରଦାନ କରିବାକୁ ଅବଗତ କରିଥିବା ବେଳେ ଆଜି ଚନ୍ଦାହାଣ୍ଡି ପ୍ରେସ କ୍ଲବ ସଭାପତି ତଥା ଓଡିଶା ସାମ୍ବାଦିକ ସଙ୍ଘର ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ଦିଲୀପ ଦାସ ଙ୍କ ନେତୃତ୍ଵରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l ଉକ୍ତ ଘଟଣାକୁ ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିଛି l ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ସାମ୍ବାଦିକ ସଂଘର ସଭାପତି ଦିଲ୍ଲୀପ କୁମାର ଦାସ, ବରିଷ୍ଠ ସାମ୍ବାଦିକ ମହମ୍ମଦ ହୁସେନ,ମୁକୁନ୍ଦ ବେଶ୍ରା,ମନୋଜ କୁମାର ପାଣ୍ଡି,ସଂଗ୍ରାମ କେଶରୀ ସାହୁ,ବାସୁଦେବ ସୁନା,ଶ୍ୟାମ ସୁନ୍ଦର ସୁନାନି, ଦିବ୍ୟରଞ୍ଜନ ମହାପାତ୍ର,ହିମାଂଶୁ ଦାସ,ପୂର୍ଣ୍ଣ ଚନ୍ଦ୍ର ଟାକ୍ରି,କାମିନୀ ରଞ୍ଜନ ପାଣ୍ଡେ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l ସୂଚନା ଥାଉ ଯେ -ଖବର ସଂଗ୍ରହ ସମୟରେ ନବରଙ୍ଗପୁର ଏ.ଏସ.ପି ଜୟକୃଷ୍ଣ ବେହେରା ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକର ୩ ଜଣ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଏକ ପ୍ଲାଷ୍ଟିକ ବାଡିରେ ଆକ୍ରମଣ କରି ସେମାନଙ୍କ ମୋବାଇଲ ଛଡାଇ ଭାଙ୍ଗିଛନ୍ତି । ଏକ ପ୍ରେମ ବ୍ୟାପାରରେ ଜଣେ ବରଗଡ ଅଞ୍ଚଳର ବିବାହିତ ମହିଳାଙ୍କୁ ଅନ୍ୟାୟ କରାଯାଉଥିବା ଖବର ପାଇ ଅର୍ଗୁସ ଟିଭି ଚ୍ୟାନଲ ଜିଲ୍ଲା ପ୍ରତିନିଧି ଜିମ୍ମି ଘଣ୍ଟ, ପ୍ରଗତିବାଦୀ ସାମ୍ବାଦିକ ଓମ ପ୍ରକାଶ କରମ ଚାନ୍ଦ ଦାଶ ଏବଂ ସକାଳ ସାମ୍ବାଦିକ ପ୍ରବୀଣ କୁମାର ସତନାମୀ ଖବର ସଂଗ୍ରହ କରିବାକୁ ପାପଡାହାଣ୍ଡି ଥାନାରେ ଗତ ୧୪ ତାରିଖ ଦିନ ଅପରାହ୍ନ ୪ଟାରେ ପହଞ୍ଚିଥିଲେ । ଏହି ଖବର ସଂଗ୍ରହ କରିବା ସମୟରେ ଏ ଏସ ପି ହଠାତ ଥାନାରେ ପହଞ୍ଚି ଯୁବତୀ ଜଣଙ୍କୁ ଟଣା ଓଟୋରା କରି ଜବରଦସ୍ତ ଯୁବତୀଙ୍କ ପରିବାର ସହ ବରଗଡ ଫେରିବାକୁ ବାଧ୍ୟ କରୁଥିଲେ । ଜଣେ ପୁରୁଷ ଅଧିକାରୀ ହୋଇ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗ ଗୁଡିକୁ ସ୍ପର୍ଶ କରୁଥିବା ଦୃଶ୍ୟ କ୍ୟାମେରାରେ ଉତ୍ତଳନ କରିବା ଦେଖି ଏ.ଏସ.ପି ପ୍ରଚଣ୍ଡ ରାଗିଯାଇ ଏକ ପ୍ଲାଷ୍ଟିକ ପାଇପରେ ସାମ୍ବାଦିକଙ୍କ ସମେତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ମହିଳା ଓ ଯୁବତୀଙ୍କୁ ମଧ୍ୟ ପିଟି ଚାଲିଥିଲେ । ଏଭଳି ଦାଇତ୍ଵହୀନ ଅଧିକାରୀଙ୍କ ମହିଳା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଆଚରଣକୁ ସମଗ୍ର ଜିଲ୍ଲାର ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି । ଏଭଳି ଅଧିକାରୀ ଯୋଗୁଁ ସମଗ୍ର ପୋଲିସ ବ୍ୟବସ୍ଥା ପ୍ରତି ଜିଲ୍ଲାରେ ଲୋକଙ୍କ ଆସ୍ଥା ତୁଟିବା ପୂର୍ବରୁ ଏ.ଏସ.ପି ଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରେ ଦାବୀ ହୋଇଛି l

 ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ସଂଘ ପକ୍ଷରୁ ଲଡୁଗାଁ ସରପଞ୍ଚଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

କୋକସରା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଶ୍ରୀମଦଭଗବତଗୀତାର ଷଷ୍ଠ ଅଧ୍ଯାୟର ସାରକଥା-୬

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort