ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଡାକ୍ତରଙ୍କୁ ମାର୍ଚ୍ଚ ୧୦ ସୁଦ୍ଧା ସାର୍ଟିଫିକେଟ ଜମା କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାର ଏଲୋପାଥି ଡାକ୍ତରମାନେ ମାର୍ଚ୍ଚ ୧୦ ସୁଦ୍ଧା ନିଜ ଅଥରିଟିଙ୍କ ନିକଟରେ ସାର୍ଟିଫିକେଟ ଜମା କରିବେ।ପରେ ବିଶେଷଜ୍ଞଙ୍କ ଦ୍ବାରା ଏହାର ତର୍ଜମା କରାଯିବ।ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନକଲି ଡାକ୍ତର ଧରପଗଡ଼ ଅଭିଯାନକୁ ଜୋରଦାର କରିଛନ୍ତି ରାଜ୍ୟସରକାର। ଏଣିକି ଖସି ପାରିବେନି ନକଲି ଡାକ୍ତର । କାରଣ ରାଜ୍ୟର ସବୁ ଡାକୁରଙ୍କ ସାର୍ଟିଫିକେଟ ଯାଞ୍ଚ ହେବ । ଏନେଇ ଚିଠି କରିଛନ୍ତି ସ୍ବାସ୍ଥ୍ୟ ସଚିବ । ମାର୍ଚ୍ଚ ୧୦ ସୁଦ୍ଧା ନିଜ ନିଜ ସାର୍ଟିଫିକେଟ ଜମା କରିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମେଡ଼ିକାଲ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ ସହିତ ଡିଗ୍ରୀ, ପିଜି ଓ ସୁପର ସ୍ପେଶିଆଲାଇଜେସନ ସାର୍ଟିଫିକେଟ ଜମା କରିବାକୁ ରହିଛି ନିର୍ଦ୍ଦେଶ । ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାର ଏଲୋପାଥ୍ ଡାକ୍ତରମାନେ ମାର୍ଚ୍ଚ ୧୦ସୁଦ୍ଧା ନିଜ ଅଥରିଟିଙ୍କ ନିକଟରେ ସାର୍ଟିଫିକେଟ ଜମା କରିବେ।ପରେ ବିଶେଷଜ୍ଞଙ୍କ ଦ୍ବାରା ଏହାର ତର୍ଜମା କରାଯିବ।DMET ଓଡ଼ିଶା ଏକ କନସୋଲିଡେଟେଡ୍ ରିପୋର୍ଟ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଓଡ଼ିଶା କାଉନସିଲ ଅଫ ମେଡ଼ିକାଲ୍ର ରେଜିଷ୍ଟ୍ରେସନ୍ ନିକଟରେ ଜମା କରିବେ। ସାର୍ଟିଫିକେଟ ନେଇ କୌଣସି ଦ୍ବନ୍ଦ୍ବ ଥିଲେ ବା କିଛି ତ୍ରୁଟି ଥିଲେ ଓମଏସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟରେ ଥିବା ଡାକ୍ତରମାନଙ୍କ ଶିକ୍ଷଗତ ଯୋଗ୍ୟତା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।ନିର୍ଦ୍ଦେଶ ମୁତାବକ ଏବେ ଏହି ପ୍ରକ୍ରିୟା ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। 

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବହୁ ସଂଖ୍ୟକ ନକଲି ଡାକ୍ତର ଥିବା ଅଭିଯୋଗ ଆସିଥିଲା। ଏହାପରେ ରାଜ୍ୟର ଡାକ୍ତରମାନଙ୍କ ଶିକ୍ଷଗତ ଯୋଗ୍ୟତା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ନିର୍ଦ୍ଦେଶ ମୁତାବକ ଏବେ ସ୍ୱାସ୍ଥ୍ୟ ବିଭାଗ ଏହି ପ୍ରକ୍ରିୟା ଆରମ୍ଭ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜାତୀୟ କ୍ରୀଡ଼ା ଦିବସ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ‘୨୦୨୫ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ….

Sunil Chandra Nayak

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ ପ୍ରସ୍ତାବକୁ ମୋହର: ଗ୍ରାଣ୍ଟ୍-ଇନ୍-ଏଡ୍ ସ୍କୁଲ୍‌ ପାଇଁ ଲାଗୁ ହେଲା ସପ୍ତମ ବେତନ କମିସନ

Sunil Chandra Nayak

Leave a Comment

error: Content is protected !!