ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରାଉରକେଲା ରେ ସପ୍ତମ ପ୍ରାକ୍ତନ ସୈନିକ ଦିଵସ ଓ ୭୫ ତମ ଭାରତୀୟ ସେନା ଦିଵସ ପାଳିତ

ରାଉରକେଲା/ ଛେଣ୍ଡ ସ୍ଥିତ ସୈନିକ ଭବନଠାରେ ସପ୍ତମ ପ୍ରାକ୍ତନ ସୈନିକ ଦିଵସ ତଥା ୭୫ ତମ ଭାରତୀୟ ସେନା ଦିଵସ ଉପଲକ୍ଷେ ରାଉରକେଲା ପୂର୍ବତନ ସୈନିକ ସଂଘ ତରଫରୁ ପାଳନ କରାଯାଇଛି। ସଂଘ ଓ ଦି ନିଉରନ ମଲଟି ସ୍ପେସାଲିଷ୍ଟ କ୍ଲିନିକ ର ମିଳିତ ସହଯୋଗରେ ପୂର୍ବତନ ସୈନିକ ଓ ପରିବାରବର୍ଗ ଙ୍କ ଉଦ୍ଦେଶ୍ଯ ରେ ଏକ ଦେୟ ମୁକ୍ତ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ୬୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ର ଲୋକସଭା ସଦସ୍ୟ ତଥା ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ର ଅଧ୍ୟକ୍ଷ ଜୁଏଲ୍ ଓରାମ ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ସୈନିକ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟ ରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ସଭା କୁ ଉଦଘାଟନ କରିଥିଲେ। ଜାତୀୟ ସଂଗୀତ ଗାନ ପରେ ମୁଖ୍ୟଅତିଥି ଶ୍ରୀ ଓରାମ ଙ୍କ ସହିତ ସୌର୍ଯ୍ୟଚକ୍ର ରେ ସମ୍ମାନିତ କ୍ୟାପଟେନ ପ୍ରଦୀପ ବେକ୍, ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ର ନିର୍ଦ୍ଦେଶକ କର୍ନେଲ ଡାକ୍ତର ଅସୀମ ସୁଦ, ମେଜର ଡାକ୍ତର ଅକ୍ଷୟ କୁମାର ସାମଲ, ମେଜର ଆର୍ଯ୍ୟା ରାଜନ, ସଂଘ ର ଉପ ସଭାପତି ଫ୍ଲାଇଟ ଲେଫ୍ଟନାଣ୍ଟ ବସନ୍ତ କୁମାର ମହାରଣା, ଦି ନିଉରନ ମଲ୍ଟି ସ୍ପେଶାଲିଟି କ୍ଲିନିକ ର ଡାକ୍ତର ଦୀପ୍ତି ରଞ୍ଜନ ତ୍ରିପାଠୀ, ଡାକ୍ତର ମଧୁସ୍ମିତା ଧୂପାଳ, ଡାକ୍ତର ଆଶିଷ ପଟେଲ ଏବଂ ସଙ୍ଘ ର ସାଧାରଣ ସମ୍ପାଦକ ସୁବେଦାର ଧନେଶ୍ଵର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ୱାଗତ ଭାଷଣ ରେ ସମ୍ପାଦକ ଶ୍ରୀ ଦାସ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ପୁଣ୍ୟ ଦିବସ ପାଳନ ବିଷୟରେ ବ୍ୟାଖ୍ୟାନ କରି ରାଉରକେଲା ର ପୂର୍ବତନ ସୈନିକ ମାନଙ୍କ ଦ୍ଵାରା ବ୍ୟବହୃତ ମିଲିଟାରୀ କ୍ୟାଣ୍ଟିନ୍ ଓ ଜେ ପି ହସ୍ପିଟାଲ ରେ ଚିକିତ୍ସା ସୁବିଧା ବିଷୟରେ ଆଲୋକପାତ କରି କହିଥିଲେ ଯେ ଶ୍ରୀ ଓରାମ ଙ୍କ ପଦ ଓ ପ୍ରଚେଷ୍ଟା ରେ ଏସବୁ ସୁବିଧା ଉପଲବ୍ଧ ହୋଇପାରିଛି । ଭବିଷ୍ୟତରେ ଏପରି ସୈନିକ କଲ୍ଯାଣକାରୀ ସୁବିଧା ଉପଲବ୍ଧ କରାଇବାକୁ ଅନୁରୋଧ କରିଥିଲେ। ସୈନିକ ଭବନ ର ଜମି ନଥିପତ୍ର ପ୍ରସ୍ତୁତ କରେଇବାରେ ଶ୍ରୀ ଓରାମ ତାଙ୍କ ଭାଷଣ ରେ ପୁରା ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ ଥର ପାଇଁ ନିଜ ଜିଲ୍ଲା ର ସୈନିକ ଭବନ ରେ ପୂର୍ବତନ ସୈନିକ ମାନଙ୍କ ଗହଣ ରେ ଉପସ୍ଥିତ ହୋଇ ସମ୍ବର୍ଦ୍ଧିତ ହୋଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେକରୁଛନ୍ତି ବୋଲି କହିଥିବାବେଳେ ଡା. ସାମଲ ସୈନିକ ଓ ପୂର୍ବତନ ସୈନିକ ଙ୍କ ମଧ୍ୟରେ ଥିବା ସମନ୍ଵୟ ଓ ତାରତମ୍ୟ ବିଷୟ ରେ ଆଲୋକପାତ କରିଥିଲେ। ପୂର୍ବତନ ସୈନିକ ମାନେ ସମ୍ମୁଖିନ ହେଉଥିବା ଅସୁବିଧା ସମ୍ପର୍କରେ ସମ୍ପାଦକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଡା. ଅସୀମ ସୁଦ ଙ୍କ ଅଭିଭାଷଣ ରେ ସ୍ଫୁର୍ତି ଓ ଅନୁଭୂତି ର ବିଚିତ୍ର ସମାବେଶ ଉପସ୍ଥିତ ସୈନିକ ମାନଙ୍କୁ ଉତ୍ସାହିତ କରିଥିଲା। ଡା. ମଧୁସ୍ମିତା ଧୂପାଳ ଙ୍କ ବକ୍ତବ୍ୟ ପୂର୍ବତନ ସୈନିକ ମାନଙ୍କୁ ଅନେକ ଆକ୍ରୁଷ୍ଟ କରିଥିଲା। ତାଙ୍କର କିଛି ମର୍ମସ୍ପର୍ଶୀ ଚିନ୍ତାଧାରା ଓ କବିତା ଅନେକଙ୍କୁ ଭାବୁକ କରିଥିଲା। ମେଜର ଆର୍ଯ୍ୟା ରାଜନ ମଧ୍ୟ ପ୍ରଥମ ଥର ସଂଘ ରେ ସାମିଲ ହୋଇ ନିଜ ପୂର୍ବତନ ସୈନିକ ପରିବାର ସହିତ ମିଶି ପାରି ଥିବାରୁ ଭାବୁକ ହୋଇଥିଲେ। କାର୍ଯ୍ୟକ୍ରମ ରେ ସର୍ଜେଣ୍ଟ ଜୟନ୍ତ ବୀର ବେରିହା ମଞ୍ଚ ପରିଚାଳନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପୁଣି କରୋନା ଭୟ…. ଡାକ୍ତରଖାନା ଗୁଡିକରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର

Sunil Chandra Nayak

ଝାଡା ବାନ୍ତିରେ 2 ଆକ୍ରାନ୍ତ

Sunil Chandra Nayak

ମାଁ ସୁରାଦେଇ ସେବାସଂଘ ତରଫରୁ ରକ୍ତଦାନ ଶିବିର ଆୟାଜନ, ୬୧ ୟୁନିଟ ରକ୍ତ ସଂଗ୍ରହ

Leave a Comment

error: Content is protected !!