ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲବାଣୀ ଏଜେଓ ହାଇସ୍କୁଲ ଠାରେ ଜାତୀୟ ଯୁବ ଦିବସ ୨୦୨୩ ଅନୁଷ୍ଠିତ

ଫୁଲବାଣୀ ସହର ସ୍ଥିତ ଅତି ପୁରାତନ ସ୍ଥାନୀୟ ଏ ଜେ ଓ ହାଇ ସ୍କୁଲ ଫୁଲବାଣୀ ଠାରେ ତା ୧୨/୧/୨୦୨୩ ରିଖ ଦିନ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଥିଲା l ଉକ୍ତ ଦିବସ ର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ , ଏ ଜେ ଓ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ଶିକ୍ଷକ ଯୁଧିଷ୍ଟିର ମହାନ୍ତି, କୋଲାଜିନି ଆଚାର୍ଯ୍ୟ, ମୋନୋରଞ୍ଜନ ପାଢ଼ୀ, ପର୍ଥନ ଥପ, ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇ ଥିଲେ l ଏହି ଦିବସ ଉପଲକ୍ଷେ ଜିଲ୍ଲା ରକ୍ତ ଭଣ୍ଡାର ଫୁଲବାଣୀ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ କାର୍ଯକ୍ରମ ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ପାଞ୍ଚଶହ ଜଣ ଛାତ୍ର ଛାତ୍ରୀ ଓ ଯୁବକ ସଂଘର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସ ର ମୂଖ୍ୟଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଆଲୋକପାତ କରିଥିଲେ l ଏହି ଦିବସ ରେ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଭାରତ ର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭ ଉଦଘାଟନ କରିଥିବା କର୍ଣ୍ଣାଟକ ର ହୁବୁଲି ଠାରେ ଚାଲି ଥିବା ୨୬ ତମ ଜାତୀୟ ଯୁବ ଉତ୍ସବ ର ଲାଇଭ ଟେଲିକlଷ୍ଟ ଦେଖାଇଥିଲେ l ଏହି ସଧାରଣl ଜ୍ଞାନ କୁଇଜ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି ଜାତୀୟ ଯୁବ ଦିବସ ଓ ସପ୍ତାହ ୧୯ ଜାନୁଆରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ନେହେରୁ ଯୁବକେନ୍ଦ୍ର ତରଫରୁ ସୂଚନା ମିଳିଛି l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ଚନ୍ଦ୍ରମୋନି ଦେହୁରୀ ଧନ୍ୟ ବାଦ ଅର୍ପଣ କରିଥିଲେ l

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ଓଜନ ଉତ୍ସବ ପ୍ରସ୍ତୁତି ବୈଠକ

masiha

ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ଦ୍ବାରା ସାମିଲ୍ ହେଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ

Sunil Chandra Nayak

ହିର୍ଲି ବିଦ୍ୟାଳୟରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!