ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ବୋଝେଇ ଟ୍ର।କଟର ଗାଡି ଓଲଟିଲା ,ଚାଳକ ମୃତ୍ୟୁ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ ଛେଣ୍ଡିଆ ଗ୍ରାମ ପଞ୍ଚାୟତର କାନ୍ଦୁଲ ବନ୍ଦ ଗ୍ରାମର ରାଜେଶ୍ୱର ପଟ୍ଟଯୋଶୀ ଙ୍କ ନିଜ ଟ୍ରାକ୍ଟର ଗାଡ଼ିରେ ଚଳିତ ବର୍ଷର ନିଜ ଜମିର ରବିଧାନ ଚାଷ ଅମଳ କରୁଥିଲେ । ଧାନ ଅମଳ ପରେ ଟ୍ରାକ୍ଟର ଗାଡ଼ିରେ  ଘରକୁ ଅ।ଣୁ ଥିବା ସମୟରେ ଜମିରେ ହି ଗାଡିଟି ଭାରସ୍ୟ।ମ ହରାଇ ଓଲଟି ପଡିଥିଲା ।ଯାହା ଫଳରେ ଚାଳକ ଙ୍କ ଘଟଣା ସ୍ଥଳରେ ମୃତୁ ହୋଇଥିଲା ।ମୃତ୍ୟୁ ହୋଇଥିବା ଡ୍ରାଇଭର ହେଉଛନ୍ତି ଗୌଡ଼ ଛେଣ୍ଡିଆ ଗ୍ରାମର ମୁରଲୀ ଲହଜଳ ୨୨ ବୋଲି ଜଣା ପଡ଼ିଛି ।ଆଜି ସକାଳ ୧୦ ଘଣ୍ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।ଖବର ପାଇ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଥିଲେ ।ପରେ ଶବକୁ ଜୁନାଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠା ଯାଇ ଥିଲା ଏବଂ ଦୁର୍ଘଟଣା କିପରି ହେଲା ତାହାର ତଦନ୍ତ ଚାଲୁଥିବା ପୋଲିସ ସୂଚନା ଦେଇଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ପୁରୀରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

କୁମ୍ଭଗାଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଜନ ଶୁଣାନୀ ଶିବିର 

masiha

ନବ ନିଯୁକ୍ତ ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ନାଗରିକ ସମ୍ବର୍ଦ୍ଧନା।ଯୋଜନା ଗୁଡିକର ସଫଳ ରୂପାୟନ ଓ ଗତିଶୀଳ କରିବା ପାଇଁ ପ୍ରୟାସ କରାଯିବ

Sunil Chandra Nayak

Leave a Comment

error: Content is protected !!