ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସଫେଇ ନାମକୁ ମାତ୍ର  ମୁଖ୍ୟ ରାସ୍ତା କଡ଼ରେ ଅଳିଆ ଆବର୍ଜନା ଗଦା ଗଦା, ଝାଡ଼ାବାନ୍ତି ଓ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ 

ପଞ୍ଚାୟତ ସଫେଇ ନାମକୁ ମାତ୍ର 

ମୁଖ୍ୟ ରାସ୍ତା କଡ଼ରେ ଅଳିଆ ଆବର୍ଜନା ଗଦା ଗଦା, ଝାଡ଼ାବାନ୍ତି ଓ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ 

ବନ୍ଧୁଗାଁ ତା ୨୯/୧୦ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ପଞ୍ଚାୟତର ଗାଁ ସଫେଇ ନାମକୁ ମାତ୍ର ଚାଲିଛି। ମୁଖ୍ୟ ରାସ୍ତା ନିକଟରେ ଥିବା ସାନସରପଲ୍ଲୀ ଗ୍ରାମର ରାସ୍ତା କଡ଼ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ପଡ଼ି ରହିଛି। ଗାଁ କୁ ଲାଗି ମୁଖ୍ୟ ରାସ୍ତା ନିକଟରେ ଥିବା ଡ୍ରେନ ରେ କାଦୁଅ ସହ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ମଶା ମାଛି ସଂଖ୍ୟା ବଢ଼ି ଚାଲିଛି । ଦୀର୍ଘ ଦିନରୁ ଗାଁ ସଫେଇ ହେଉ ନଥିବାରୁ ଗାଁରେ ଅଧିକାଂଶ ଲୋକ ମେଲେରିଆ ଜ୍ୱର, ଝାଡ଼ାବାନ୍ତି ଓ କାଛୁକୁଣ୍ଡିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି। ମୁଖ୍ୟ ରାସ୍ତା କଡ଼ରେ ଅଳିଆ ଆବର୍ଜନା ଓ ନାଳନର୍ଦ୍ଦମା ଅପରିଷ୍କାର ସହ ଦୁର୍ଗନ୍ଧ ବାହାରୁ ଥିବା ରୁ ଲୋକେ ମୁହଁରେ କପଡ଼ା ଓ ହାତ ରଖି କଷ୍ଟରେ ଚାଲି ଯାଉଛନ୍ତି । ରାଜ୍ଯ ସରକାରଙ୍କ ତରଫରୁ ପଞ୍ଚାୟତ ସ୍ତରରେ ସଫେଇ ପାଇଁ ପାଣ୍ଠି ଥିଲେ ମଧ୍ୟ ସଫେଇ ହେଉ ନ ଥିବା ଲୋକଙ୍କୁ ଚିନ୍ତା ବଢ଼ାଇଛି। ସଫେଇ ହେଉନଥିବା ଅଭିଯୋଗ ନେଇ ପଞ୍ଚାୟତ ପିଇଓ ସାଇ ପଟ୍ଟନାୟକ ଙ୍କୁ ଫୋନ କରିବାରୁ ପଞ୍ଚାୟତରେ ପାଣ୍ଠି ଅଛି, ସଫେଇ ପାଇଁ ଲୋକ ମିଳୁ ନାହାନ୍ତି। ସରପଞ୍ଚ ସୁନ୍ଦୁରୁ ପିଡିକା ସଫେଇ କାମ ହାତକୁ ନେଇ ଆନ୍ଧ୍ରପ୍ରଦେଶର ଲୋକଙ୍କ ସହ ଆଲୋଚନା କରୁଥିବା ଜଣାଇଛନ୍ତି । ପଞ୍ଚାୟତ ତରଫରୁ ଗାଁ ସଫେଇ କିଛି ଲୋକ ଙ୍କୁ ରଖି ମାସିକ ବେତନ ଦେଇ ପ୍ରତିଦିନ ସଫେଇ କାମ କରିବାକୁ ରହିଛି। ଗ୍ରାମବାସୀ ମାନେ ଏହି ସଫେଇ ଅଭିଯାନ କୁ ସହଯୋଗ କରିବା ପାଇଁ ପିଇଓ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ଦାରୁବ୍ରହ୍ମ ଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ରଜ ମହୋତ୍ସବ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

masiha

ନିଶାମୁକ୍ତ ଅଭିଯାନ: ଛାତ୍ରଛାତ୍ରୀଙ୍କୁ ନିଶାର କୁପରିଣାମ ସମ୍ପର୍କରେ ସଚେତନ କଲା ରାୟଗଡ଼ା ପୋଲିସ

Sunil Chandra Nayak

Leave a Comment

error: Content is protected !!